STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ହଟିଯାଉ ଅନ୍ଧକାର

ହଟିଯାଉ ଅନ୍ଧକାର

1 min
157

ହଟିଯାଉ ଜଡ଼ତାର ବହଳ ଅନ୍ଧାର

ପ୍ରାଣ ଦୀପ ଜଳିଉଠୁ ଭରି ଏ ଆସର,

ଜଳୁ ପଛେ ଯେତେ ଦୀପ ଦ୍ୱାରେ ଅଗଣାରେ

ଭିତରର ଆଲୋକରେ ପୁରୁ ଏ ଅନ୍ତର।


ବେରଙ୍ଗ ବିଚାର ଯେତେ ହେଉ ଅନ୍ତର୍ହିତ

ଚେତନାର ଅନ୍ତସ୍ୱରେ ବହୁ ସ୍ଥିର ସ୍ରୋତ,

ବିଚଳିତ ହେଉ ପଛେ ଶିଖା ଅଦିନ ଝଡ଼ରେl

ନ ହେଉ ଘୋଷିତ କେବେ ମନୁଷ୍ୟତ୍ୱ ମୃତ। 


ମୁଁ ହୁଏ ତୁମେ ହୁଅ ଯିଏ ପଛେ ହୁଅ

ଅପର ଅଡ଼ୁଆ ସୂତାରେ ଖୋଜନାହିଁ ଖିଅ,

ନିଜ ଭିତରର ଗଣ୍ଠି ଗଣି ଦେଖ ଥରେ

ଗୋଟି ଗୋଟି କରି ଖୋଲି ନିଜେ ମୁକ୍ତ ହୁଅ। 


ଘନ ରାତି ମେଘ ଝଡ଼ ଆସୁ ଯାହା ଆସୁ

ସୁଖ ଦୁଃଖ ଯାହା ଇଛା ନିୟତି ପରଶୁ,

ନକାରାତ୍ମକ ଚିନ୍ତାରେ ନ ହୁଡୁ ବିବେକ

ଆଦର୍ଶର ଆଲୋକରେ ଚିନ୍ତନ ଝଲସୁ। 


ଅନ୍ତରେ ଅନ୍ତରେ ଜଳୁ ଜ୍ଞାନର ଆଲୋକ

ଘୁଞ୍ଚିଯାଉ ଅନ୍ଧାରର ପରାସ୍ତ ସ୍ତବକ,

ମନଜିଣା ରଙ୍ଗୋଲିରେ ସାଜୁ ଅନ୍ତଃସ୍ଥଳ

ନବ ରଙ୍ଗେ ଭରି ଉଠୁ ଜୀବନେ ଚମକ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract