STORYMIRROR

Ajit Kumar Raut

Abstract Inspirational

3  

Ajit Kumar Raut

Abstract Inspirational

ଖୁସିର ମୁହୂର୍ତ୍ତ

ଖୁସିର ମୁହୂର୍ତ୍ତ

1 min
164


ଭଲଲାଗେ କେତେ ଗାଆଁ ପରିବେଶ

               ଅନୁଭୂତି ଟି ସ୍ବର୍ଗ ପରି,

ସୁମଧୁର ବାୟୁ ସୁଗନ୍ଧିତ ବାସ୍ନା

              ଅମ୍ଳଜାନ ଦିଏସେ ଭରି।



ନାହିଁ ଭେଦଭାବ ନାହିଁ ଉଚ୍ଚନୀଚ 

             କର୍ମ କରୁଥାନ୍ତି ଧର୍ମେ ରହି,

ଶିକ୍ଷିତ ଜନତା ବିଚାର ଉଚିତ   

              ସତ୍ୟପଥେ ଥାଆନ୍ତି ରହି।


ପାଠ ଭାଗବତ ପ୍ରତିଦିନ ତହିଁ

              ଶୁଣନ୍ତି ଟି ଜନ ଆଦରେ,

ଯହିଁ ଇଷ୍ଟଦେବ ପ୍ରଭୁ ଜଗନ୍ନାଥ

              ପୂଜନ କରନ୍ତି ଭକ୍ତିରେ।


ସକାଳୁ ଶୁଭେଟି ଘଣ୍ଟ ଶଙ୍ଖ ଧ୍ବନି

             ଶୁଭେ ଟି ଶିବାଙ୍କର ରାବ୍,

କୃଷ୍ଣକୃଷ୍ଣ ରାଧା ରାବ୍ ଶୁଭୁଥାଏ

             ଶୁଭେ ଦାରୁବ୍ରହ୍ମର ରାବ୍।


ଖୁସି ଅନୁଭୂତି ହୁଏରେ ଗାଆଁରେ

            ନାହିଁରେ କେହୁ ତାର ପରି

ସବୁସୁଖ ମିଳେ ଗାଆଁର କୋଳରୁ

          ଜୀବନେରେ ସେ ସର୍ବୋପରି।


ଖେଳିଛି କେତେମୁଁ ଡେଇଁଛି କେତେମୁଁ 

            ନାହିଁ ତାର ପରିରେ କେହୁ,

ଅତୀତର କଥା ପଡି ଗଲେ ମନେ

            ପୁଲକିତ କରେ ପରା ଏହୁ।


ଗଛ ପୁଷ୍ପ ଲତା ଜମି ବିଲ ଭାଇ

             ଦିଶେ ଟି ଅତିହିଁ ସୁନ୍ଦର,

ସ୍ବର୍ଣ୍ଣବର୍ଣ୍ଣ ଦିଶେ ଜମିରେଟି ଧାନ

             କାର୍ତ୍ତିକ ମାସରେ ଅପାର।


ଖୁସିର ମୁହୂର୍ତ୍ତ ଗାଁ ପରିବେଶରେ

            ସହରେ କାହୁଁ ସେ ମିଳିବ,

ମତେ ଭଲଲାଗେ ଗାଁଆରେ ରହିବ

            ଆନନ୍ଦ ମିଳେ ହିଁ ଅପାର।


ଯଜ୍ଞ ଅନୁଷ୍ଠାନ ଗାଁଆ ନିକଟରେ

            ଗୀତାର ସେ ଯଜ୍ଞ ମନ୍ଦିର,

ପ୍ରଭୁ ଉପଦେଶ ଶୁଣିବାକୁ ମିଳେ

             ପବିତ୍ର ହୁଏ ଏ ଶରୀର।


ଉତ୍କଳ ସଂସ୍କୃତି ଗୁଞ୍ଜେଏଠି ନିତ୍ୟେ

            ଓଡ଼ିଆ ଭାଷାର ଏ ଗାଆଁ,

ଓଡ଼ିଆ ସ୍କୁଲ ଦିଏ ଟି ରେ ଶିକ୍ଷା

             ଓଡ଼ିଆ ବହୁଳ ଏ ଗାଆଁ।


ହୁଏ ପୂଜାଏଠି ଗଜଲକ୍ଷ୍ମୀଙ୍କର

              ପ୍ରତିବର୍ଷରେ ରୁଦ୍ର ଯଜ୍ଞ,

କିପରି ବର୍ଣ୍ଣିବି ଜନ୍ମଭୂମି ଗାଆଁ

             କଳେ ଯାର ହୁଏଟି ଯଜ୍ଞ।


କର୍ମ ଭୂମି ଏହୁ ଧର୍ମ ଭୂମି ଏହୁ

             ବିରାଟ ଙ୍କ ଏହୁତ ଭୂମି,

ଜନ୍ମ ଭୂମି ଏହୁ ଆନନ୍ଦ ଖୁସିର

            ନାହିଁ ଏହା ପରିରେ ଭୂମି।


ଖଡ଼ଖାଇ ନଦୀ ବୁହେ ଅବିରତ

            ଗାଆଁ କୁଳେ ହିଁ ପଥଗାମୀ,

ସବୁ ସୁବିଧାରେ ପରିପୂର୍ଣ୍ଣ ଏଠି

             ଧର୍ମ ଜ୍ଞାନ ପ୍ରେମର ଭୂମି।


ଡିଜିଟଲ୍ ଗାଆଁ ଅମୃତ କାଳର

            ନୂଆ ଭାରତର ଏହୁ ଭୂମି,

ବଞ୍ଚିବାକୁ ଇଚ୍ଛା ଏହାରି କଳରେ

             ଥାଏ ଟି ଉଦବେଗ ଯହିଁ,

ଇଚ୍ଛା ମରିବାର ପବିତ୍ର ଭୂମିରେ

            ଇଚ୍ଛା ଟି ଥାଏରେ ମୋ ଯହିଁ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract