ସ୍ବାଧୀନତା ପୁଣି ଚେଇଁଲାଣି
ସ୍ବାଧୀନତା ପୁଣି ଚେଇଁଲାଣି
ସ୍ବାଧୀନତା ଯାହା ମୋ ଦୃଷ୍ଟିରେ
ତୁମ ଦୃଷ୍ଟିରେ ଏବଂ ଆମ ଦୃଷ୍ଟିରେ ,
ତାହା କଣ ସେମାନଙ୍କ ଦୃଷ୍ଟିରେ ବି
ଯେଉଁ ମାନଙ୍କୁ ଆମେ ଆମର ପ୍ରତିନିଧି କରି
ଗଦିରେ ବସେଇ ଆସିଛନ୍ତି ସବୁଦିନେ ।
ଦିନ ବଦଳିଛି , ନାମ ବଦଳିଛି , ହେଲେ
ବଦଳିନୀ ଚିତ୍ତ ଚରିତ୍ର ସେମାନଙ୍କର ।
ହଁ କେତେଜଣ ଅପବାଦ ନିଶ୍ଚୟ
ଯେଉଁ।ଆଣେ ଆଜିର ସ୍ବାଧୀନତା ଦେଖି
ଅବଶୋସ କରୁଥିବେ ନିଶ୍ଚୟ !
ସ୍ବାଧୀନତା ଯାହା ଥିଲା
ମଙ୍ଗଳ ପାଣ୍ଡେ ପାଇଁ , ଖୁଡ଼ୀରାମ ପାଇଁ
ବିସମିଲ୍ଲା ପାଇଁ , ଅବା ରାୟଗୁରୁ ପାଇଁ
ବାଜି ରାଉତ , ସୁବାସ , ଭଗତ ସିଂ
ଆଜାଦ ଆଉ ପଟେଲ ମାନଙ୍କ ପାଇଁ ,
ସେ ସ୍ବାଧୀନତାର ପୂର୍ବବର୍ତ୍ତୀ ଏବଂ
ପରବର୍ତ୍ତୀ ସମୟର ଅର୍ଥ ବଦଳିଗଲା କେମିତି?
ଜିନ୍ନା ଙ୍କ ସ୍ବାଧୀନତା ତ କେବଳ ତାଙ୍କର ଥିଲା
ନଥିଲା ଗାନ୍ଧୀ ସୁଭାଷ ଅବା ପଟେଲଙ୍କର ।
ତଥାପି ବି କ୍ଷତାକ୍ତ ହେଲା ଅକ୍ଷୁର୍ଣ୍ଣ ସ୍ବାଧୀନତା
କେବଳ ସେତିକିରେ ସରିନି ସେ ଯାତ୍ରା
ହାରିନି ସେ ସଂକୀର୍ଣ୍ଣ ମାନସିକତା
ମରିନାହିଁ ଗାନ୍ଧିତ୍ୱ ଏକାଥରେ
ଆଜି ବି ମରୁଛି ସେତେବେଳେ ,
ଯେତେବେଳେ ସେନାକୁ ଗଳି ର ଗୁଣ୍ଡା
ସେନାର ଶୌର୍ଯ୍ୟକୁ ସନ୍ଦେହ
ଏବଂ ବିଜୟକୁ ପ୍ରମାଣ ମଗାଯାଏ ।
ଏୟାର ଷ୍ଟ୍ରାଇକ , ପୁଲବାମା ଆଉ
ଅଭିଯାନ ସିନ୍ଦୁରକୁ
ସଂଦେହୀ ଆଖିରେ ଦେଖି
ଦମ୍ଭର ସହିତ ପ୍ରଶ୍ନ କରୁଥିବା ସେମାନଙ୍କ ପାଇଁ
ସ୍ବାଧୀନତା କଣ ସେଇଆ
ଯାହା ତୁମ ଆମ ପାଇଁ ।
ରାଜନୀତି ଆଉ ରାଜନେତା ମାନଙ୍କ ପାଇଁ
ଆହତ କ୍ଷତ ବିକ୍ଷତ ହୋଇ ବି
ହାରିନି ସ୍ବାଧୀନତା , ଡରିନି ସ୍ୱତନ୍ତ୍ରତା
ସରିନି ଶୌର୍ଯ୍ୟ ବୀର୍ଯ୍ୟ
ପରାକ୍ରମର ଗାଥା ।
ଜଳ ସ୍ଥଳ ଆକାଶକୁ ଅକ୍ତିୟର କରି
ରଚୁଛି ନିତି ନିତି ନୂଆ ହସ୍ତାକ୍ଷର ।
ଦେଶୀ ମୁଖା ପିନ୍ଧା ବିଦେଶୀଙ୍କୁ
ଚେତାବନୀର ଉଦ୍ଘୋଷ ଶୁଭିଲାଣି ।
ହେଇ ଦେଖ ଢୁଳେଇ ପଡ଼ିଥବା ସ୍ବାଧୀନତା
ପୁଣି ଚେଇଁଲାଣି ।
ଧମନୀରେ ଲହୁର ପ୍ରବାହ
ତୀବ୍ର ହେବ ନିଶ୍ଚେ ।
ଖୋଲିଦେବ ଦେଶପ୍ରେମ ମୁଖା ।
ପରିବର୍ତ୍ତନର ହାୱା ପୁଣି ବହିଲାଣି
ସ୍ବାଧୀନତା ପୁଣି ଚେଇଁଲାଣି ।
