STORYMIRROR

Dr Baman Chandra Dixit

Abstract

4  

Dr Baman Chandra Dixit

Abstract

ସ୍ବାଧୀନତା ପୁଣି ଚେଇଁଲାଣି

ସ୍ବାଧୀନତା ପୁଣି ଚେଇଁଲାଣି

2 mins
0

 ସ୍ବାଧୀନତା ଯାହା ମୋ ଦୃଷ୍ଟିରେ
 ତୁମ ଦୃଷ୍ଟିରେ ଏବଂ ଆମ ଦୃଷ୍ଟିରେ ,
ତାହା କଣ ସେମାନଙ୍କ ଦୃଷ୍ଟିରେ ବି
 ଯେଉଁ ମାନଙ୍କୁ ଆମେ ଆମର ପ୍ରତିନିଧି କରି
ଗଦିରେ ବସେଇ ଆସିଛନ୍ତି ସବୁଦିନେ । ଦିନ ବଦଳିଛି , ନାମ ବଦଳିଛି , ହେଲେ ବଦଳିନୀ ଚିତ୍ତ ଚରିତ୍ର ସେମାନଙ୍କର । ହଁ କେତେଜଣ ଅପବାଦ ନିଶ୍ଚୟ ଯେଉଁ।ଆଣେ ଆଜିର ସ୍ବାଧୀନତା ଦେଖି ଅବଶୋସ କରୁଥିବେ ନିଶ୍ଚୟ ! ସ୍ବାଧୀନତା ଯାହା ଥିଲା ମଙ୍ଗଳ ପାଣ୍ଡେ ପାଇଁ , ଖୁଡ଼ୀରାମ ପାଇଁ ବିସମିଲ୍ଲା ପାଇଁ , ଅବା ରାୟଗୁରୁ ପାଇଁ ବାଜି ରାଉତ , ସୁବାସ , ଭଗତ ସିଂ ଆଜାଦ ଆଉ ପଟେଲ ମାନଙ୍କ ପାଇଁ , ସେ ସ୍ବାଧୀନତାର ପୂର୍ବବର୍ତ୍ତୀ ଏବଂ ପରବର୍ତ୍ତୀ ସମୟର ଅର୍ଥ ବଦଳିଗଲା କେମିତି? ଜିନ୍ନା ଙ୍କ ସ୍ବାଧୀନତା ତ କେବଳ ତାଙ୍କର ଥିଲା ନଥିଲା ଗାନ୍ଧୀ ସୁଭାଷ ଅବା ପଟେଲଙ୍କର । ତଥାପି ବି କ୍ଷତାକ୍ତ ହେଲା ଅକ୍ଷୁର୍ଣ୍ଣ ସ୍ବାଧୀନତା କେବଳ ସେତିକିରେ ସରିନି ସେ ଯାତ୍ରା ହାରିନି ସେ ସଂକୀର୍ଣ୍ଣ ମାନସିକତା ମରିନାହିଁ ଗାନ୍ଧିତ୍ୱ ଏକାଥରେ ଆଜି ବି ମରୁଛି ସେତେବେଳେ , ଯେତେବେଳେ ସେନାକୁ ଗଳି ର ଗୁଣ୍ଡା ସେନାର ଶୌର୍ଯ୍ୟକୁ ସନ୍ଦେହ ଏବଂ ବିଜୟକୁ ପ୍ରମାଣ ମଗାଯାଏ । ଏୟାର ଷ୍ଟ୍ରାଇକ , ପୁଲବାମା ଆଉ ଅଭିଯାନ ସିନ୍ଦୁରକୁ ସଂଦେହୀ ଆଖିରେ ଦେଖି ଦମ୍ଭର ସହିତ ପ୍ରଶ୍ନ କରୁଥିବା ସେମାନଙ୍କ ପାଇଁ ସ୍ବାଧୀନତା କଣ ସେଇଆ ଯାହା ତୁମ ଆମ ପାଇଁ । ରାଜନୀତି ଆଉ ରାଜନେତା ମାନଙ୍କ ପାଇଁ ଆହତ କ୍ଷତ ବିକ୍ଷତ ହୋଇ ବି ହାରିନି ସ୍ବାଧୀନତା , ଡରିନି ସ୍ୱତନ୍ତ୍ରତା ସରିନି ଶୌର୍ଯ୍ୟ ବୀର୍ଯ୍ୟ ପରାକ୍ରମର ଗାଥା । ଜଳ ସ୍ଥଳ ଆକାଶକୁ ଅକ୍ତିୟର କରି ରଚୁଛି ନିତି ନିତି ନୂଆ ହସ୍ତାକ୍ଷର । ଦେଶୀ ମୁଖା ପିନ୍ଧା ବିଦେଶୀଙ୍କୁ ଚେତାବନୀର ଉଦ୍ଘୋଷ ଶୁଭିଲାଣି । ହେଇ ଦେଖ ଢୁଳେଇ ପଡ଼ିଥବା ସ୍ବାଧୀନତା ପୁଣି ଚେଇଁଲାଣି । ଧମନୀରେ ଲହୁର ପ୍ରବାହ ତୀବ୍ର ହେବ ନିଶ୍ଚେ । ଖୋଲିଦେବ ଦେଶପ୍ରେମ ମୁଖା । ପରିବର୍ତ୍ତନର ହାୱା ପୁଣି ବହିଲାଣି ସ୍ବାଧୀନତା ପୁଣି ଚେଇଁଲାଣି ।   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract