Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pradeep Panda

Abstract Inspirational

4.5  

Pradeep Panda

Abstract Inspirational

ଶ୍ମଶାନ ର ଡାକ

ଶ୍ମଶାନ ର ଡାକ

1 min
353


(ପୁଲ୍ ୱମା ଶହୀଦଙ୍କ ସ୍ମୃତି ଉଦ୍ଦେଶ୍ୟରେ)


ମୋ କୋଳରେ ଆସି ଶୋଇବାକୁ ତୋତେ

  କିଏସେ ଦେଲାରେ ଅନୁମତି ?

କରୁଣ ସ୍ୱରରେ ଡାକୁଛି ତୋ ମା'

  ଗଡାଉଛି ଲୁହ ଦିନରାତି ।


ସୀମାରେ ପହରା ଦେବାପାଇଁ ସିଏ

  ପଠାଇଥିଲା ଯେ ତୋତେ

ଉଠିଯା ଧନରେ ନିଦ ଭାଙ୍ଗି ଏବେ

  ଅପନିନ୍ଦା ହେବ ମୋତେ ।


ଶୋଇବାର ବେଳ ନୁହେଁ ଏ ବାପରେ

   ଆତଙ୍କବାଦ ଯେ ଉଠେ ମାତି

କେମିତି ସହିବେ ଦେଶବାସୀ ତୋର

  ଘୋଟିଆସେ ଆଜି ଅମାରାତି ।


ଲଢ଼ିବା ପାଇଁ ତୁ ଜନମିଛୁ ପରା

  ପଛଘୁଞ୍ଚା ନାହିଁ ତୋ ଜାତକେ

ଇଟା ର ଜବାବ ପଥରେ ଦେବାକୁ

  ଆଜି ଏ ଭାରତ ମା' ଡାକେ ।


ଛାତିକୁ ଫୁଲାଇ ଏବେ ବି ବୁଲନ୍ତି

 ଦେଶଦ୍ରୋହୀ କେତେ ବିଭୀଷଣ

ଏ ଘୋର ବିପଦେ ଶୋଇକି ପାରିବୁ

  ନିଜକୁ କରିକି ତୁ ପାଷଣ ?


ବୀର ପୁଙ୍ଗବ ତୁ ଲଢ଼ିବା ତୋ ଧର୍ମ

  ଗୁଳି ତୁ ସହିବୁ ଛାତି ପାତି

ରୋକି ପାରିବନି ତୋତେ ପରା କେବେ

  ଏ ଦେଶର ହୀନ ରାଜନୀତି ।


ବାଟ ଭୁଲି ଚାଲି ଆସିଛୁ ଭାବି ମୁଁ

  ଦେଲି ସିନା କୋଳେ ଯେ ଆଶ୍ରୟ

ଅମୃତ ସନ୍ତାନ ଚିର ଅମର ତୁ

  ଏ ନୁହେଁ ତୋ'ର ଚିର ବିଦାୟ ।


Rate this content
Log in

Similar oriya poem from Abstract