ମରଣ ଠୁ ବଳି ଜୀବନ
ମରଣ ଠୁ ବଳି ଜୀବନ
ହେ ଆରତତ୍ରାଣ,
ଜୀବନ ଜାକର ଦେଲ କଷଣ,
ବଞ୍ଚି ପାରିଲିନି ନିଜ ମନ,
କେମିତି ଅଭିଯୋଗ କରିବିନି କହୁନ।
ଜଂଜାଳ ରେ ବନ୍ଧା ଏ ଜୀବନ,
ଯେତେ କରିଲେ ବି ମିଳେ ନିନ୍ଦା ଅପମାନ,
ଶରୀର ବି ଲାଗିଲାଣି ରୁଗ୍ଣ
ତଥାପି ମିଳୁନି ଲାଞ୍ଚନ।
ନିଜ ପାଇଁ ନାହିଁ ଭାବନା,
କରି ଚଲିଲି ବଳିଦାନ,
ଆଜି ଭୁଲ୍ ହେଲେ ବି ଆସିବ ମୋ ଦିନ,
ହେଲେ ସେ ଅପେକ୍ଷାର ନାହିଁ ଅବସାନ ।
