STORYMIRROR

Manaswinee Dash

Inspirational

3  

Manaswinee Dash

Inspirational

ମାନବିକତା

ମାନବିକତା

1 min
207


ଘନ କଳା ମେଘ ବରଷି ଯାଉଛି, 

ବିଜୁଳି ଘଡଘଡି ରେ ଚଉପାଖ ପ୍ରକ୍ମପିତ, 

ପବନର ସାଇଁ ସାଇଁ ଶବ୍ଦ ଶୁଭୁଛି, 

ଜରୁରୀ କାମ ପାଇଁ ମୁଁ ବ୍ଯସ୍ତ। 


ରିକ୍ସା ଖନ୍ଡେ ବି ଦେଖୁନି,

ଦିଜଣ ତ ମୁହଁ ରେ ମନାକଲେ, 

ଛତା ଧରି ଯାଇ ହବନି, 

ଗୋଟେ ଭାଇ ମୋ କଥାରେ ରାଜିହେଲେ। 



ନେଲେ ମୋତେ ସେ ରିକ୍ସା ରେ ବସେଇ, 

ମୁଁ ତ ବସିଛି ଘୋଡି, 

ବରଷା କୁ ନକରି ଖାତିରି, 

ମୋ ଗନ୍ତବ୍ଯ ପଥ କୁ ଚାଲିଲେ ମାଡି। 


ମନରେ ମାନବିକତା ହେଲା ଜାଗ୍ରତ, 

ମୋ ହାତ ଛତା କି କରିବ, 

ଛତା ଖୋଲି ତାନ୍କୁ କଲି ଆଛ୍ଚାଦିତ, 

ପଲଟି କରି ଦେଖିଲେ କରି ଖୁସି ଅନୁଭବ। 


ସାମାନ୍ୟ ମାନବିକତା, 

କେତେ ନୁଆ ସଂପର୍କ ଗଡିଚାଲେ, 

ମାନବିକତା ବିନା ଜୀବନ ଭୋଗେ ଉଦାସୀନତା, 

ଖୁସିର ରାସ୍ତା ନ ଖୋଲେ। 






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational