STORYMIRROR

Manaswinee Dash

Abstract Comedy

4  

Manaswinee Dash

Abstract Comedy

ଦାମୀ ପରିବା

ଦାମୀ ପରିବା

1 min
392


ତରତର ହୋଇ ଶ୍ରୀମତୀ କହିଲେ ସ୍ବାମୀଙ୍କୁ ଯାଇ, 

ଆଜି ପକାଇ ଆସୁଛନ୍ତି ଝିଅ ଜ୍ବାଇଁ, 

ଶୀଘ୍ର ଯାଇ ପରିବା ଆସୁନ ନେଇ, 

ସେମାନେ ଆସିବା ଆଗରୁ ରାନ୍ଧୀ ଦେବି ଥୋଇ। 


ଭଲ ପରିବା ସବୁ ଆସିବ ନେଇ, 

ଜ୍ବାଇଁ ପରା ନିରାମିଷ ପୁଣି ଜାଣିଛ କି ନାହିଁ, 

ହଜାରେ ଟଙ୍କା ଆଉ ବେଗ ଦି ଟା ଦେଲେ ଧରେଇ, 

ସ୍ବାମୀ ବାହାରି ଗଲେ ବଜାର ପାଇଁ। 


ଆସି ବଢେଇ ଦେଲେ ଶ୍ରୀମତୀ ଙ୍କୁ ଯାଇ, 

କହିଲେ ଶ୍ରୀମତୀ ବେଗ ଟା କାହିଁକି ହାଲୁକା ଲାଗଇ, 

କହିଲେ ସ୍ବାମୀ ସବୁ ପରିବା ଦର ଶହେ ଉପରକୁ ଯାଇ, 

ବିଲାତି କିଲୋ ବି ଶହେ କୋଡିଏ ଜାଣିଛ କି ନାହିଁ ।


ସବୁ ଦର ଶହେ କୋଡ଼ିଏ, ଶହେ ଚାଳିଶି, 

କହିଥିଲ ପରା କାପସିକମ ତାହା ଆଣିଛି ଦି ଶହ ଦେଇ, 

କୋଶଳା ଶାଗ ଆଣିଲି ପରା ଦେଇ ପଇଁ ଚାଳିଶି, 

ଶ୍ରୀମତୀ ବସିଗଲଲେ ମୁଣ୍ଡରେ ହାତ ଥୋଇ। 


ଏବେ କିପରି ଜୋଇଁ କୁଣିଆ କରିବି ମୁହିଁ, 

ଶ୍ରୀମତୀଙ୍କ ମୁଣ୍ଡ ଗଲା ବୁଲେଇ, 

କହିଲେ ପନିର ଟିକେ ଆଶ ନେଇ, 

ଦେଶୀ ଖାଦ୍ୟ ସବୁ ଆଉ ଚିଲି ପନିର ନେବି ବନେଇ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract