STORYMIRROR

Manaswinee Dash

Others

3  

Manaswinee Dash

Others

ଶ୍ରଦ୍ଧାରେ ସାଉଁଟି ଶରଧାବାଲି

ଶ୍ରଦ୍ଧାରେ ସାଉଁଟି ଶରଧାବାଲି

1 min
135

ଜୀବନ ଜଞ୍ଜାଳେ ଦେଲୁ ଛନ୍ଦି  

ହେଲି ପଛେ ବୁଢୀ ଦେଲୁନି ଦରଶନ  

ବସି କହିଥିଲି ମୋ ଭାଗ୍ଯ କୁ ନିନ୍ଦି  

ଧନ୍ୟ ତୁମ୍ଭେ ଚକାନୟନ।


ତୋର ଶୀକ୍ଷେତ୍ର ଯିଏ ଆସି ବୁଲି  

ମନଟା ମୋର ହୁଏ ଆନ୍ଦୋଳିତ  

କରେ ଗୁହାରି ଆଣିଦେବ ମୁଠେ ଶରଧାବାଲି  

ବୋଧେ ଏଇଟା ହିଁ ହେବ ମୋ ହସ୍ତଗତ। 


ଶରଧା ବାଲିକୁ ମୁଣ୍ଡରେ ଦେଲେ ଆଉଁସି  

ବହିଯାଏ ଦୁଇଧାର ଲୁହ  

ମନଟା ହୋଇଯାଏ ଖୁସି  

ମୋତେ ତୁମ ଚରଣେ ଶରଣ ଦିଅ। 


ଜୀବନ ଥିବାଯାଏ ଯଦି ନନେବ ମୋତେ  

ମଲାପରେ ତୁମ ସ୍ୱର୍ଗଦ୍ୱାରେ ଦେବ ସ୍ଥାନ  

କରିବ ଶରଧା ବାଲିର କଣିକା ମୋତେ  

ବାସ୍ ଏତିକି ମୋର ନିବେଦନ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍