ଶ୍ରଦ୍ଧାରେ ସାଉଁଟି ଶରଧାବାଲି
ଶ୍ରଦ୍ଧାରେ ସାଉଁଟି ଶରଧାବାଲି
1 min
130
ଜୀବନ ଜଞ୍ଜାଳେ ଦେଲୁ ଛନ୍ଦି
ହେଲି ପଛେ ବୁଢୀ ଦେଲୁନି ଦରଶନ
ବସି କହିଥିଲି ମୋ ଭାଗ୍ଯ କୁ ନିନ୍ଦି
ଧନ୍ୟ ତୁମ୍ଭେ ଚକାନୟନ।
ତୋର ଶୀକ୍ଷେତ୍ର ଯିଏ ଆସି ବୁଲି
ମନଟା ମୋର ହୁଏ ଆନ୍ଦୋଳିତ
କରେ ଗୁହାରି ଆଣିଦେବ ମୁଠେ ଶରଧାବାଲି
ବୋଧେ ଏଇଟା ହିଁ ହେବ ମୋ ହସ୍ତଗତ।
ଶରଧା ବାଲିକୁ ମୁଣ୍ଡରେ ଦେଲେ ଆଉଁସି
ବହିଯାଏ ଦୁଇଧାର ଲୁହ
ମନଟା ହୋଇଯାଏ ଖୁସି
ମୋତେ ତୁମ ଚରଣେ ଶରଣ ଦିଅ।
ଜୀବନ ଥିବାଯାଏ ଯଦି ନନେବ ମୋତେ
ମଲାପରେ ତୁମ ସ୍ୱର୍ଗଦ୍ୱାରେ ଦେବ ସ୍ଥାନ
କରିବ ଶରଧା ବାଲିର କଣିକା ମୋତେ
ବାସ୍ ଏତିକି ମୋର ନିବେଦନ।
