STORYMIRROR

Manaswinee Dash

Others

3  

Manaswinee Dash

Others

ଆଜି ବି ଖୋଜେ ଉତ୍ତର

ଆଜି ବି ଖୋଜେ ଉତ୍ତର

1 min
203

ଆଜିକାଲି ବୁଝି ହଉନି ଲୋକଙ୍କ ମନୋଭାବ  

ସଭିଏଁ ପ୍ରଶ୍ନ କରିବାରେ ଧୁରନ୍ଧର  

ନୂଆ ନୂଆ ହୋଇଥାଏ ବାହାଘର  

ସ୍ୱାମୀଙ୍କ ଚାକିରି ପାଇଁ ଗଲି ମୁମ୍ବାଇ ସହର। 


ଦିନେ ଏକାକୀ ଯିବାକୁ ପଡିଲା ବାହାର  

ଯେମିତି ପଶିଲି ଲିଫ୍ଟ ଭିତର  

ପ୍ରଥମରୁ ଥିବା ମହିଳା ଜଣକ ପଚାରିଲେ ଘରଟି ତୁମର??? 

ନା ମାଡାମ୍  ଘରଟି ଆମ ଭଡାର। 


ମାଡାମ ସେଦିନଠୁ ଆଗକୁ ଚୁରେଇଲି ନଜର  

ଯେମିତି କେବେବି ଦେଖିନାହାନ୍ତି ମୁହଁ ମୋହର  

କିଛିଦିନ ପରେ ମୁମ୍ବାଇ ଛାଡି ଆସିଲୁ ଭୁବନେଶ୍ୱର  

କଲୋନୀଟି ଭାରି ସୁନ୍ଦର। 


ଦିନେ ଝିଅକୁ କରିବାକୁ ଯାଉଥିଲି ବସ୍ ନିକଟତର  

ଜଣେ ଶିକ୍ଷିତା ମହିଳାଙ୍କ ସହ ହେଲା ସାକ୍ଷାତକାର  

ଗୋଟିଏ ମିଠା ହସ କଲା ଆରମ୍ଭ ବାର୍ତାଳାପର  

ଦ୍ୱିତୀୟ ବାକ୍ୟ ଥିଲା ଘର ତୁମ ନିଜର। 


ପର ଦିନ ପୁଣି ହେଲା ସାକ୍ଷାତକାର  

ସିଏ ବି ତ ଚୋରାଇ ନେଲେ ନଜର  

ଆଜିବି ମୁଁ ଖୋଜୁଚି ଉତ୍ତର  

ଜଣଙ୍କ ସହ କଥା ଆରମ୍ଭ ପାଇଁ କଣ ଦରକାର  

ଜାଣିବା କି ଧର ନିଜର କି ଭଡାର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍