STORYMIRROR

Manaswinee Dash

Inspirational

3  

Manaswinee Dash

Inspirational

ମନ ଭାବନା

ମନ ଭାବନା

1 min
163


ମନର ଭାବନାର କରିହୁଏ ପ୍ରକାଶ, 

କେବେ କରେ ଚିତ୍ର, କେବେ ଗଳ୍ପ, କେବେ କବିତା, 

ପ୍ରକାଶ କରିବାକୁ କିଏ ଚାହୋନା , କିଏ କରେ ସାହସ, 

ହେଲେ ମନର ଭାବ ଅନ୍ୟକୁ କରାଏ ଅଭିହିତ। 


କେବେ ହ୍ରୁଦୟ ଭାବ ତୂଳୀର ରଂଗରେ ଯାଏ ଭରି, 

ସଜେଇ ହୋଇଯାଏ ଧଳା କାନଭାସ୍ ରେ, 

ଅକୁହା କଥା ବୁଝେ ସିଏ ଯିଏ ଦେଖେ ମନଭରି, 

ଚିତ୍ରକାର ର ଭାବନାକୁ ପ୍ରଶଂସା କରେ। 


କବିତାରେ ମନର ଭାବକୁ କହେ କବି, 

ଶବଦ ଜାଲରେ ମନର ଭାବକୁ ରଖିଦିଏ ସିଏ ଛଂଦି, 

ଅକୁହା କଥା କଥାର କବିର ଚାବି, 

ମନଟା ଆଉ ହୁଏନି ରୁନ୍ଧି। 


ଚିତ୍ର କବିତା ଦୁହେଁ କହନ୍ତି ମନର ଗାଥା, 

କିଏ ନିଏ ଶବଦ ତ କିଏ ତୂଳୀର ସାହାଯ୍ୟ, 

ହେଲେ କୋଉଟା ହେଲେ ହୁଏନା ଅନ୍ୟଥା, 

ଦର୍ଶକ ମନକୁ ଯେବେ ଛୁଏଁ ଭାବନାର ମାଧୁର୍ଯ୍ୟ। 





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational