STORYMIRROR

Kalandi pal

Inspirational Others

4  

Kalandi pal

Inspirational Others

ଓଡ଼ିଆ ନୂଆ ବରଷ

ଓଡ଼ିଆ ନୂଆ ବରଷ

1 min
371


ଆମେ ଓଡ଼ିଆରେ  କହୁଛେ ଗର୍ବରେ

    ଆମ ମୁହେଁ ଲଜ୍ଜା ନାହିଁ

ଓଡ଼ିଆ ହୋଇକି  ଓଡ଼ିଆ ସଂସ୍କୃତି

    ଭୁଲିଯାଅ କାହିଁ ପାଇଁ।


ଓଡ଼ିଆର ବାର   ମାସ ନାମ କାର

    ମନେ ଅଛି ବାରେ କୁହ

ଇଂରେଜି ମାସଟି କହିବେ ସର୍ବେଟି

   ଭାବିଲେ ଉଠୁଛି କୋହ।


ତା ପୁଣ୍ୟ ପରବ   ତିଥି ଦିନ ସର୍ବ

    ହିନ୍ଦୁଏ ଭୁଲି ଗଲେଣି

ପାଞ୍ଜି କ୍ୟାଲେଣ୍ଡର କୁହେ ଦିନ ବାର

    ଦେଖିବା ସ୍ବପ୍ନ ହେଲେଣି ।


ବିଷୁବ ସଂକ୍ରାନ୍ତି    ହିନ୍ଦୁଏ ପାଳନ୍ତି

    ନୂଆ ବର୍ଷ ଅନୁରାଗେ

ନୂଆ ବସନରେ  ସୁସ୍ୱାଦୁ ପାନରେ

    ଅଭିନନ୍ଦନ ସରାଗେ ।


କା'ର ମନେ ନାହିଁ  ନୂଆ ବର୍ଷ ଏହି

    ଗଲାଣିତ ନୂଆ ବର୍ଷ

କେଇଦିନ ତଳେ ଏ ଜାତି ତ ପାଳେ

    ଇଂରେଜି ନୂଆ ବରଷ ।


ଆଲୋକ ମାଳାରେ ହସିଲା ଧରାରେ

    ସବୁରି ମୁଖେ ହରଷ

ଫାଟି ପଡୁଥିଲା  ସବୁ ବିୟର ବାର

   ଏ ଅବା କାହାର ଦୋଷ ।


ସାଂସ୍କୃତିକ କାର୍ଯ୍ୟ କ୍ରମକୁ ତ ହେଜ

   ଲୋକାରଣ୍ୟ ଥିଲା ଗଡ଼

ଚିକେନ ମଟନ  ଓ ମଦ ଦୋକାନ

   ହୋଇଥିଲା ଭାରି ଭିଡ଼।


କୋଟି କୋଟି ଟଙ୍କା ଖର୍ଚ୍ଚ କରି ନେତା

    ରାଜକୋଷ ଶୂନ କଲେ

ହିନ୍ଦୁ ନୂଆ ବର୍ଷ ଫାଙ୍କା ଫାଙ୍କା ଯାଏ

    ଭବନ୍ତିନି କେହି ଥରେ ।


ଘରର ଘରଣୀ    ଭଲତ ଲାଗୁନି

   ଚୋରା ପ୍ରୀତି ଲାଗେ ମିଠା

ସେହି ପ୍ରେମ ସ୍ରୋତ ଗଭୀରତାକୁତ

    ବୁଝିଲେ ଘୁରିବ ମଥା ।


ନିଜ ସଂସ୍କୃତିତ    ନିଜ ପାଇଁ ବଡ଼

   ପାଶ୍ଚ୍ୟାତେ ନ ଦିଅ ମନ

ପାଶ୍ଚ୍ୟlତରେ ରସି ଯିବା ଆମେ ଭାସି

   ଆଗକୁ ଆସୁଛି ଦିନ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational