STORYMIRROR

Kalandi pal

Inspirational

4  

Kalandi pal

Inspirational

ସବୁ ଜାଣିଛୁ ତୁ କଳା ଠାକୁର

ସବୁ ଜାଣିଛୁ ତୁ କଳା ଠାକୁର

1 min
16



    ଆଖି ଛଳ ଛଳ  ବହେ ଅଶ୍ରୁ ଧାର

    ଚକାଆଖି ସାଥେ ମିଶି ଆଖି ମୋର

    କହ, ଦୁଃଖର ନା କି ସୁଖର

    ଅଭିମାନର ନା କି ପ୍ରେମର

    ଜାଣିଛୁ ତୁ ଏକା କଳା ଠାକୁର ।


    ସୁଖ ବି ଦେଇଛୁ ଦୁଃଖ ବି ଦେଇଛୁ

    ଶିଡି ପରେ ଶିଡି ଜୀବନେ ଖଞ୍ଜିଛୁ

    କିଛି ଦୁଃଖର କିଛି ଦୁଃଖର

    କିଛି ପାପର କିଛି ପୁଣ୍ୟର

    ଜୀବନର ଗତି ତଳ ଉପର


    ଅଭିମାନ ଭରା ଏ ଜୀବନ ସାରା

    ପାଶେ କହିବାକୁ ନାହିଁ ମୋର ଚାରା

    ଢ଼ାଳୁଛି ନୀର ପାଦରେ ତୋର

    କରି ବିଚାର କଳା ଠାକୁର

    ଦି ହାତ ବଢ଼େଇ କରିବୁ କୋଳ ।


    ପାପ ପଙ୍କେ ଭରା ପତିତ ଜୀବନ

    ପତିତ ପାଇଁକି  ପତିତ ପାବନ

    ଉଡୁଛି ଯାର ନୀଳଚକ୍ରର

    ଦର୍ଶନେ ହର ପାପ ସକଳ

    ମୋ ସମ ପତିତ କେତେ ମାତର ।


Rate this content
Log in

Similar oriya poem from Inspirational