STORYMIRROR

Kalandi pal

Inspirational

4  

Kalandi pal

Inspirational

ସ୍ବର୍ଗଦ୍ବାରେ ଯା ଦେଖିଲି

ସ୍ବର୍ଗଦ୍ବାରେ ଯା ଦେଖିଲି

1 min
36


  ରାସ୍ତାର ଏ କଡେ   ଖୁସିର ଲହରି

     ସେ କଡେ କାନ୍ଦ ବୋବାଳି

  ଏହି କି ବିଚାର  ହେ କଳା ଠାକୁର

      ସ୍ଵର୍ଗଦ୍ୱାରେ ଯା ଦେଖିଲି

    ତାହା, ଅନ୍ତର ଦହୁଛି ଖାଲି ।0।


  ଯେଉଁଠି ସାଗର   ସେଠି ସ୍ଵର୍ଗଦ୍ଵାର

     ସୁଖ ଦୁଃଖ ହୁଏ ମେଳି

  କେ କାନ୍ଦେ ବାହୁନି ଶବକୋଳେ ଘେନି

     କେ ହସେ ଦେଖି ଲହରି

  ଏହି ତ ଜୀବନ      ନିଛକ ଦର୍ଶନ

      ସଭିଏଁ ଯାଆନ୍ତି ଭୁଲି

  ଏନ୍ତୁଡ଼ି ଯେ ଘରେ  ଜୁଇ ସ୍ଵର୍ଗଦ୍ଵାରେ

      ଜାଣି ଅଜଣାଙ୍କ ପରି ।୧।


  ତୋଳଇ ଭବନ ସଞ୍ଚେ ଲୋଭେ ଧନ

     କେତେ ମେହେନତ କରି

  ମୋର ମୋର କହି  ଆଦରି ନିଅଇ

      ତାର ବନ୍ଧୁ ପରିବାରି

  ଯେବେ ପ୍ରାଣ ଯାଏ କାନ୍ଦନ୍ତି ଘଣ୍ଟାଏ 

     କୁହନ୍ତି ଅଛୁଆଁ ବୋଲି

  ଦିଅନ୍ତିନି କେହି   ଦୁଇ ହାତ ଭୂଇଁ

     ସ୍ଵର୍ଗଦ୍ଵାରେ ଦିଏ ଜାଳି ।୨।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational