Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BAIRAGI CHARAN SAHOO

Inspirational Others

4  

BAIRAGI CHARAN SAHOO

Inspirational Others

ବନ୍ଧୁ

ବନ୍ଧୁ

1 min
385


ଭାଇ ଠାରୁ ବଡ଼ କିଏ ଯଦି ଥାଏ 

 ଅନ୍ୟ ପରିଚିତ ବନ୍ଧୁ 

ଶରୀର ର ଛାୟା ପରି ସାଥେ ସେତ 

 ରହିଥାଏ ସାଜି ସିନ୍ଧୁ ।୧ ।

ନିଃସ୍ୱାର୍ଥପର ଟି ଭାବେ କାମ କରେ 

 ଦିଏ ହିତ ଉପଦେଶ 

ନଥାଏ ମନରେ ଲାଳସା ପ୍ରକୃତି 

 ସତ୍ୟରେ ରଖେ ବିଶ୍ୱାସ ।୨ ।

ବନ୍ଧୁ ଟିଏ ପରି ଥିଲା ପାଖେପାଖେ 

 କର୍ଣ୍ଣ ଦୁର୍ଯ୍ୟୋଧନ ବୀର 

ବନ୍ଧୁ ପାଇଁ ସେତ ନିଜ ଭାଇ ସାଥେ 

 ଜୀବନ ଦେଲା ନିଜର ।୩ ।

ତାଙ୍କ ପରି ବନ୍ଧୁ ବିଶ୍ୱରେ ବିରଳ 

 ନାହିଁ ତାର ପଟାନ୍ତର 

ତ୍ୟାଗ ନୀତି ଗୁଣ ଚିର ଶିକ୍ଷଣୀୟ 

 ବନ୍ଧୁତା ସାଥୀ ବିଚାର ।୪ ।

ଆଜିର ଦିନରେ ବନ୍ଧୁତା ଆଳରେ 

 କପଟ ଅନ୍ତରେ ଭରା 

ସମ୍ପଦ ସମୟେ ସବୁ ମିଠା କଥା 

 ବିପଦେ ନଦିଏ ଧରା ।୫ ।

ମାଙ୍କଡ କୁମ୍ଭୀର ମିତ ପରି ବନ୍ଧୁ

 ମଉକା ମିଳିଲେ ଛକା 

ବଗ କଇଁଛ ର ଭାବ ବିନିମୟ 

 ବିରାଡ଼ି କ୍ଷୀର ପରିକା ।୬ ।

ଯେତେଦିନ ଦିଆ କରୁଥିବ ବାବୁ 

 ସେତେଦିନ ବନ୍ଧୁ ପ୍ରେମ 

ଯଦି ଟିକେ ଉଣା ଅଭାବ କରିଲ 

 ହୋଇଯିବ ତୁମେ ଶୂନ ।୭ ।

ସ୍ବାର୍ଥ ବଜାର ରେ ମହତ ପଣିଆ 

 ମରିଅଛି ମନସିନ୍ଧୁ 

ବିବେକ ରୂପକ ବିଲୟ ଘଟିଛି 

 ନାହିଁକେ ଦରଦୀ ବନ୍ଧୁ ।୮ ।



Rate this content
Log in

Similar oriya poem from Inspirational