STORYMIRROR

BAIRAGI CHARAN SAHOO

Classics Others

3  

BAIRAGI CHARAN SAHOO

Classics Others

ପୁରାଣ କଥା

ପୁରାଣ କଥା

1 min
121

ସୃଷ୍ଟି ର ସର୍ଜନା ସ୍ରଷ୍ଟା ଉତ୍ପତିଲେ

 ନିର୍ମାଣିଲେ ବିଶ୍ଵକର୍ମା

ବ୍ରହ୍ମା ଜାତ କଲେ ସାଧୁ ପୁତ୍ର ଗଣ

 ବେଦ ଅମୃତ ମହିମା ।

ସବୁ ଗୁଢ ତତ୍ତ୍ଵ ଧର୍ମ ମହାମନ୍ତ୍ର

 ବର୍ଣ୍ଣିତ ଯେଉଁ ଭିଆଣ

ସେଇ ସେ ପବିତ୍ର ଗ୍ରନ୍ଥ ଲିପି ଅଟେ

 ହିନ୍ଦୁ ଧର୍ମ ରେ ପୁରାଣ ।

ଓଁଙ୍କାର ରୁ ଭାସେ ପ୍ରଭୁ ନିରାକାର

 ପରଂବ୍ରହ୍ମ ନିରଞ୍ଜନ

ସୃଷ୍ଟିର ଅନାଦି ଆଦ୍ୟ କାଳୁ ଏକ

 ଧର୍ମ ଅଟେ ସନାତନ ।

କେଉଁଠୁ ଆରମ୍ଭ କେଉଁଠି ବା ଅନ୍ତ

 ନହୁଏ କଳନା ମତି

ଏକ ପରଂବ୍ରହ୍ମ ଦ୍ୱିତୀୟ ନାସ୍ତିର

 ବେଦ କରଇ ଉତ୍ପତ୍ତି

ଅଠର ଖଣ୍ଡର ପୁରାଣ ରହିଛି

 ସବୁ ତତ୍ତ୍ଵ ଅଛି ଭରି

ପବିତ୍ର ପୁରାଣ ଶ୍ରବଣ ହୋଇଲେ

 ପିଣ୍ଡ ପ୍ରାଣ ଯାଏ ତରି ।

ଆକାଶ ପର୍ବତ ଅନଳ ପ୍ରଳୟ

 ପୂଜା ଉପାସନା ବ୍ରତ

ପଞ୍ଚଭୂତ ଅଟେ ଆମ ଏ ଶରୀର

 ମାନବ ଜନ୍ମ ମହତ୍ତ୍ଵ ।

ଆଦିକବି ଶୁଦ୍ର ମୁନି ଯେ ସାରଳା

 ଦାସ ପ୍ରଥମ ସାଧକ

ଝଙ୍କଡ଼ ବାସିନୀ କୃପା ଆଶୀର୍ବାଦ

 ଲଭି ଅରଜିଲେ ଟେକ ।

ପରାଶର ମୁନି ବ୍ରହ୍ମାଙ୍କ ନନ୍ଦନ

 ଲେଖିଲେ ବିଷ୍ଣୁ ପୁରାଣ

ଦେବ ଅନୁକମ୍ପା ଦେବଙ୍କ ମହିମା

 ଅମୃତ ଭକତି ଜ୍ଞାନ ।

ମାତା ସରସ୍ୱତୀ ଆଦି ଜ୍ଞାନଦାତ୍ରୀ

 କରୁଣା କରିବେ ଯେବେ

ଝରିବ ଝଙ୍କାର ସୁଧା ଜ୍ଞାନ ଧାର

 ପାଣ୍ଡିତ୍ୟ ଲଭିବ ତେବେ ।

ରାଜା ପରୀକ୍ଷିତ ଶୁଣି ଭାଗବତ

 ଭୂଲିଥିଲେ ଭୟ କ୍ଲେଶ

ପୁରାଣ ଶ୍ରବଣେ ପୁରାଣ ପଠନେ

 ଆତ୍ମା କୁ ମିଳେ ସନ୍ତୋଷ ।

ଆର୍ଯ୍ୟ ସଭ୍ୟତା ରୁ ହୁଏ ଅଧ୍ୟୟନ

 ପବିତ୍ର ପୁରାଣ ପାଠ

ଧର୍ମ ପୀଠସ୍ତଳି ମନ୍ଦିର ପ୍ରାଙ୍ଗଣେ

 ଆୟୋଜିତ ନିତି ମଠ ।

ଜ୍ଞାନ ଭକ୍ତି ମୋକ୍ଷ ମାର୍ଗ ସଂଯମତା

 ଦେଇଥାଏ ଏ ପୁରାଣ

ଅମୃତ ରସକୁ ଶ୍ରବଣ କରିଲେ

 ପବିତ୍ର ହୁଅଇ ପ୍ରାଣ ।

ଭାରତୀୟ ଆମେ ସଂସ୍କୃତି ଆମର

 ସଂସ୍କାର ର ମୂଳ ମନ୍ତ୍ର

ପୁରାଣ ଟି ଆମ ଅମୂଲ୍ୟ ମହତ୍ତ୍ଵ

 ଶ୍ଳୋକ ଶାନ୍ତି ଦୀପ୍ତି ଶାସ୍ତ୍ର ।

ପୁରାଣ ଶ୍ରବଣେ ପାତକ ନାଶନ

 ବୈକୁଣ୍ଠ ଲଭଇ ଜୀବ

ଅକାଳ ମରଣ ନ ଆସଇ ତାକୁ

 ଖଣ୍ଡନ ହୁଏ ପ୍ରମାଦ ।

ଶୌଚ ଶାନ୍ତି ମନେ ଯେ କରେ ପଠନ

 ପ୍ରଭୁ ରସାମୃତ ପାନ

ଧନ୍ୟ ସେଇ ଜନ ସଦା ପ୍ରଭୁଙ୍କର

 ଲଭେ ଆତ୍ମାରେ ଦର୍ଶନ ।


साहित्याला गुण द्या
लॉग इन

Similar oriya poem from Classics