STORYMIRROR

BAIRAGI CHARAN SAHOO

Classics Others

3  

BAIRAGI CHARAN SAHOO

Classics Others

ପୁରାଣ କଥା

ପୁରାଣ କଥା

1 min
129

ସୃଷ୍ଟି ର ସର୍ଜନା ସ୍ରଷ୍ଟା ଉତ୍ପତିଲେ

 ନିର୍ମାଣିଲେ ବିଶ୍ଵକର୍ମା

ବ୍ରହ୍ମା ଜାତ କଲେ ସାଧୁ ପୁତ୍ର ଗଣ

 ବେଦ ଅମୃତ ମହିମା ।

ସବୁ ଗୁଢ ତତ୍ତ୍ଵ ଧର୍ମ ମହାମନ୍ତ୍ର

 ବର୍ଣ୍ଣିତ ଯେଉଁ ଭିଆଣ

ସେଇ ସେ ପବିତ୍ର ଗ୍ରନ୍ଥ ଲିପି ଅଟେ

 ହିନ୍ଦୁ ଧର୍ମ ରେ ପୁରାଣ ।

ଓଁଙ୍କାର ରୁ ଭାସେ ପ୍ରଭୁ ନିରାକାର

 ପରଂବ୍ରହ୍ମ ନିରଞ୍ଜନ

ସୃଷ୍ଟିର ଅନାଦି ଆଦ୍ୟ କାଳୁ ଏକ

 ଧର୍ମ ଅଟେ ସନାତନ ।

କେଉଁଠୁ ଆରମ୍ଭ କେଉଁଠି ବା ଅନ୍ତ

 ନହୁଏ କଳନା ମତି

ଏକ ପରଂବ୍ରହ୍ମ ଦ୍ୱିତୀୟ ନାସ୍ତିର

 ବେଦ କରଇ ଉତ୍ପତ୍ତି ।

ଅଠର ଖଣ୍ଡର ପୁରାଣ ରହିଛି

 ସବୁ ତତ୍ତ୍ଵ ଅଛି ଭରି

ପବିତ୍ର ପୁରାଣ ଶ୍ରବଣ ହୋଇଲେ

 ପିଣ୍ଡ ପ୍ରାଣ ଯାଏ ତରି ।

ଆକାଶ ପର୍ବତ ଅନଳ ପ୍ରଳୟ

 ପୂଜା ଉପାସନା ବ୍ରତ

ପଞ୍ଚଭୂତ ଅଟେ ଆମ ଏ ଶରୀର

 ମାନବ ଜନ୍ମ ମହତ୍ତ୍ଵ ।

ଆଦିକବି ଶୁଦ୍ର ମୁନି ଯେ ସାରଳା

 ଦାସ ପ୍ରଥମ ସାଧକ

ଝଙ୍କଡ଼ ବାସିନୀ କୃପା ଆଶୀର୍ବାଦ

 ଲଭି ଅରଜିଲେ ଟେକ ।

ପରାଶର ମୁନି ବ୍ରହ୍ମାଙ୍କ ନନ୍ଦନ

 ଲେଖିଲେ ବିଷ୍ଣୁ ପୁରାଣ

ଦେବ ଅନୁକମ୍ପା ଦେବଙ୍କ ମହିମା

 ଅମୃତ ଭକତି ଜ୍ଞାନ ।

ମାତା ସରସ୍ୱତୀ ଆଦି ଜ୍ଞାନଦାତ୍ରୀ

 କରୁଣା କରିବେ ଯେବେ

ଝରିବ ଝଙ୍କାର ସୁଧା ଜ୍ଞାନ ଧାର

 ପାଣ୍ଡିତ୍ୟ ଲଭିବ ତେବେ ।

ରାଜା ପରୀକ୍ଷିତ ଶୁଣି ଭାଗବତ

 ଭୂଲିଥିଲେ ଭୟ କ୍ଲେଶ

ପୁରାଣ ଶ୍ରବଣେ ପୁରାଣ ପଠନେ

 ଆତ୍ମା କୁ ମିଳେ ସନ୍ତୋଷ ।

ଆର୍ଯ୍ୟ ସଭ୍ୟତା ରୁ ହୁଏ ଅଧ୍ୟୟନ

 ପବିତ୍ର ପୁରାଣ ପାଠ

ଧର୍ମ ପୀଠସ୍ତଳି ମନ୍ଦିର ପ୍ରାଙ୍ଗଣେ

 ଆୟୋଜିତ ନିତି ମଠ ।

ଜ୍ଞାନ ଭକ୍ତି ମୋକ୍ଷ ମାର୍ଗ ସଂଯମତା

 ଦେଇଥାଏ ଏ ପୁରାଣ

ଅମୃତ ରସକୁ ଶ୍ରବଣ କରିଲେ

 ପବିତ୍ର ହୁଅଇ ପ୍ରାଣ ।

ଭାରତୀୟ ଆମେ ସଂସ୍କୃତି ଆମର

 ସଂସ୍କାର ର ମୂଳ ମନ୍ତ୍ର

ପୁରାଣ ଟି ଆମ ଅମୂଲ୍ୟ ମହତ୍ତ୍ଵ

 ଶ୍ଳୋକ ଶାନ୍ତି ଦୀପ୍ତି ଶାସ୍ତ୍ର ।

ପୁରାଣ ଶ୍ରବଣେ ପାତକ ନାଶନ

 ବୈକୁଣ୍ଠ ଲଭଇ ଜୀବ

ଅକାଳ ମରଣ ନ ଆସଇ ତାକୁ

 ଖଣ୍ଡନ ହୁଏ ପ୍ରମାଦ ।

ଶୌଚ ଶାନ୍ତି ମନେ ଯେ କରେ ପଠନ

 ପ୍ରଭୁ ରସାମୃତ ପାନ

ଧନ୍ୟ ସେଇ ଜନ ସଦା ପ୍ରଭୁଙ୍କର

 ଲଭେ ଆତ୍ମାରେ ଦର୍ଶନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics