STORYMIRROR

BAIRAGI CHARAN SAHOO

Action

3  

BAIRAGI CHARAN SAHOO

Action

ସାମ୍ରାଜ୍ୟ*************

ସାମ୍ରାଜ୍ୟ*************

1 min
213

ସତ୍ୟ ଯୁଗେ ଦେବ ଦାନବ ସାମ୍ରାଜ୍ୟ

 ତ୍ରେତୟା ରେ ରାମ ରାଜ୍ୟ

ଦ୍ଵାପର ଯୁଗରେ କୁରୁ ଯଦୁବଂଶ

 କଳି ରେ ମାନବ ରାଜ ।୧ ।

ଯେତେ ଜନ ଜାତି ଅଛି ଏ ସଂସାରେ

 ଅଛି ସବୁରି ସାମ୍ରାଜ୍ୟ

ପଶୁ ପକ୍ଷୀ କୁଳ ଙ୍କର ବି ରହିଛି

 ଏଇ ରୂପକ ସାମ୍ରାଜ୍ୟ ।୨ ।

ଏକ ଛତ୍ରବାଦୀ କରେକେ ବିସ୍ତାର

 ନିଜ ପତିଆରା ପାଇଁ

ଏଇ ସାମ୍ରାଜ୍ୟ କୁ କେ କରେ ମହାନ୍

 କୁଳ ବଂଶ ଯଶ ପାଇଁ ।୩।

ଇତିହାସ କହେ ବୀର ସୁର କଥା

 ପରାକାଷ୍ଠା ପରାକ୍ରମ

ବିସ୍ତାର ବାଦୀ ର ମାନଚିତ୍ର ଆଙ୍କେ

 ସମୟ ରୂପକ ଶ୍ରମ ।୪?

ପୁରାଣ ବି କେତେ ଲିପିବଦ୍ଧ ଅଛି

 ସାମ୍ରାଜ୍ୟ ଗୁଣ ଗାରିମା

ଦେବ ଦାନବ ଙ୍କ ଘୋର ମୁଁହା ମୁହିଁ

 ବିଜୟ କୀର୍ତ୍ତି ଉପମା ।୫!

ପ୍ରତି ଯୁଗେ ଥିଲା ସାମ୍ରାଜ୍ୟ ସ୍ଥାପନ

 ଆଜି ବି ଅଛି ସଂସାରେ

ଯିଏ ଯାହା ନାମ ଅର୍ଜନ ସକାଶେ

 ଲିପ୍ତ ସଦା ନିରନ୍ତରେ ।୬!

ଦୁର୍ବଳ ଉପରେ ଶବଳ ଶାସନ

 କରାୟତ ଯେବେ କଲା

ଅବା ମାରଣସ୍ତ୍ରେ ଧ୍ଵଂସ ନାଶ କରି

 ବିଜୟ ବାନା ଉଡ଼ିଲା ।୭?

ବଳ ବୀର୍ଯ୍ୟ ପଣେ ଜିତିଲା ଯାହାକୁ

 ସାମ୍ରାଜ୍ୟ ବାଦୀ ରେ ଗଲା

ପରାଜୟ ଯିଏ ହୋଇଲା ସେଥିରେ

 ଦାସତ୍ଵ ତାହାର ହେଲା ।୮!

ସାମ୍ରାଜ୍ୟବାଦୀ ର ସେତୁ ଲମ୍ବିଅଛି

 କଳନା କରିବା କଷ୍ଟ

ଲୁଟି କୋଟି କୋଟି ଫିଙ୍ଗି ଖଣ୍ଡେ ରୁଟି

 ସାଜିଅଛି ସିଏ ଇଷ୍ଠ ।୯!

ଗରୀବର ଲହୁ ତା ପାଇଁ ନିହାତି

 ମୂଲ୍ୟହୀନ କିଛି ବିନ୍ଦୁ

ସିଏତ ଐଶର୍ଯ୍ୟ ବିସ୍ତାର ଶେଜର

 ମହାବଳୀ ମହାସିନ୍ଧୁ ।୧୦!

କଳା ଟୀକା କିସ ଦେଖିନାହିଁ ସିଏ

 ଅୟସ ର ସୌଦାଗର

ସାମ୍ରାଜ୍ୟ ଗଡର ମହା ନାୟକ ସେ

 ହର୍ତାକର୍ତା ସମୟର ।୧୧!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action