ବର୍ଷାଭିଜା ରାତି ର ସ୍ଵପ୍ନ
ବର୍ଷାଭିଜା ରାତି ର ସ୍ଵପ୍ନ
ସାରା ରାତି ମୁଁଯେ ବରଷାରେ ଭିଜି
ତୁମ କଥା ମନେ ଭାବେ
ରୁଣୁଝୁଣୁ ଶଦ୍ଦେ କାନେ ମୋ ଶୁଣିଲେ
ତୁମ ପାଦ ପାଉଁଜି ଶବଦେ ।
ଝିଙ୍କାରି ବାହୁନେ ଆତୁର ବିଳାପେ
ନୀରବରେ ଫେରିଯାଏ
ବିଜୁଳୀ ଆଳୁଏ ଦିଶେ ତୁମ ମୁଁହ
ମୁଁ ଭାବନାରେ ହଜିଯାଏ ।
ବହଳ ଅନ୍ଧାର ଉପହାସ କରେ
ତୁମେ ଆସିଲନି ପ୍ରିୟେ
ମନ ଆକାଶରେ ପ୍ରୀତି ଇନ୍ଦ୍ରଧନୁ
ଆଙ୍କେ ଅତୀତର ଛବି ।
ସବୁ ମଧୁରିମା ଆଜି ଏ ଲଗନେ
ନୀରବେ ତାକୁ ମୁଁ ଭାବେ
ତାରା ଟିଏ ପରି ହସେ
ରିମ୍ ଝିମ୍ ବର୍ଷା ମୌସୁମୀ ଦେଖିଲେ
ମୁଁହ ତାର ମୋତେ ଦିଶେ ।
ଏଇ ମୌସୁମୀ ଶୀତୁଆ ସଂଜରେ
ଉଠୁଥିଲି ଯେବେ ଥରି
ଗୋଲାପି ଓଠର ଲାଜୁଆ ଆଖିରେ
ସମର୍ପିତା ଅପସରି
ତୋଳିଥିଲା ମଧୁକୁଞ୍ଜ
ତା ବିନା ଆଜି ଏ ଶ୍ରାବଣୀ ଲାଗଇ
ଫିକା ଫିକା ଲାଗେ ସଞ୍ଜ ।
ଦେଖିଥିଲି ଗୋରୀ ଗତ ଯାମିନି ରେ
ସପନ ରାଇଜେ ହଜି
ଆସିଥିଲ ମୋର ମନ କାନନ କୁ
ଚନ୍ଦ୍ରିକା ରେ ଭିଜିଭିଜି
ଝରି ପଡୁଥିଲା ସୁଧା
ସପନ ନାୟିକା ମାନିନୀ ଗୋ ମୋର
ଅନୁପମା ନିଶିଗନ୍ଧା ।
ସରିଗଲା ନିଶି ହଜିଗଲା ଶଶି
ଉଷା ହସି ଆଗମନ
ବିହଙ୍ଗ ରାଗିଣୀ ବନ୍ଦନା ଗୀତିରେ
ଅଧା ରହିଲା ସପନ
ଉଠିଥିଲା ମନେ ଊର୍ମି
ଅଳସ ତନୁ ମୋ ନିଦୁଆ ଆଖିରେ
ଖୋଜୁଥିଲା ସ୍ଵପ୍ନ ରାଣୀ ।