ବିବାହ
ବିବାହ
ପୁଅ ହେଉ ଅବା ହୋଇଥାଉ ଝିଅ
ପ୍ରତି ଜୀବନେ ଆସଇ
ପ୍ରାପ୍ତ ବୟସ ତା ଦେହ ଛୁଇଁଗଲେ
ବିବାହ ସେତ ହୁଅଇ ।୧ ।
ବିଧିର ବିଧାନ ପୂର୍ବୁ ସ୍ଥିରୀକୃତ
ଯାହା ପାଇଁ ଯିଏ ପ୍ରାପ୍ତ
ବୈବାହିକ ନୀତି ପ୍ରଥା ଅନୁସାରେ
ହୋଇଥାଏ ଏହା ସତ୍ୟ ।୨ ।
ଶୁଭ ମାଙ୍ଗଳିକ ଲଗ୍ନ ମୁହୂର୍ତ୍ତ ରେ
ଆସିବ ଜୀବନ ସାଥୀ
ମଧୁର ମୁହୂର୍ତ୍ତ ପ୍ରୀତି ଶାହାନାଇ
ଉଛୁଳି ଶୁଭ ଆରତୀ ।୩ ।
ଉଭୟେ ଦେଖିବେ ନୂଆ ମୁଁହ ଟିକୁ
ଗଢି ତୋଳିବେ ସଂସାର
କେତେ ଯେ ସୁନେଲି ରଙ୍ଗୀନ ସପନ
ସାକାର ହେବ ତାଙ୍କର ।୪ ।
ଅହେତୁକ ମନ ପ୍ରୀତି ଉପବନେ
କେତେ ଯେ ସୁପ୍ତ ସପନ
ଫୁଲ ସବାରୀ ରେ ଅଭିସାର ଶେଯେ
ହସିବ ମଧୁ ମିଳନ ।୫ ।
କୁ
ଳ ଦୀପ ସାକ୍ଷୀ ରଖି ସେ କହିବେ
ଦୁହେଁ ଦୁହିଁଙ୍କର ଛାଇ
ଜଣଠୁ ଟିକିଏ ହେବାନି ଅନ୍ତର
ଜନ୍ମ ଜନ୍ମାନ୍ତର ପାଇଁ ।୬ ।
ସାତ ଜନ୍ମ ସାଥୀ ହେବା ପାଇଁ କଥା
ଦେଉଛୁ ରେ କୁଳଦୀପ
ଆମ ଏ ପବିତ୍ର ବନ୍ଧନ ମିଳନ
ଚିର କାଳ ହେଉ ସତ ।୭ ।
ଗୋଲାପୀ ଚିବୁକ ଲାଜୁଆ ଆଖିରେ
ସୁହାଗିନି ନବବଧୂ
ଗହନ ମନ ର ସାତ ସିନ୍ଧୁ ନୀରୁ
ସମର୍ପିବ ପ୍ରୀତି ମଧୁ ।୮ ।
ଜୀବନ ସାଥୀ ତା ଦେଇଅଛି କଥା
ଯେତେ ଆସୁ ପଛେ ଝଡ
ଭାଙ୍ଗିବନି ପ୍ରିୟା ଆମ ଏ ମିନାର
ସଦା ଅତୁଟ ଏ ନୀଡ଼ ।୯ ।
ରଜନୀ ଗନ୍ଧା ର ମହକ ସୁରଭି
ଆଙ୍କୁଥିବ ମନେ ବାସ
ଉଭୟେ ବିଭୋର ମଧୁ ଚନ୍ଦ୍ରିକା ରେ
ନିଶା ଦେଉଥିବ ହସ ।୧୦ ।