ସ୍ନେହ ଡୋରେ ବନ୍ଧା ଆମ ପରିବାର
ସ୍ନେହ ଡୋରେ ବନ୍ଧା ଆମ ପରିବାର
ସ୍ନେହ ଡୋରେ ବନ୍ଧା ଆମ ପରିବାର
ଯହୁଁ ଝରେ ପ୍ରୀତି ସ୍ନେହର ନିର୍ଝର ।
ପ୍ରେମ ପ୍ରୀତି ଶ୍ରଦ୍ଧା ଆଦର ଆଦର୍ଶ
ଅନୁରାଗେ ଭରା ସଭିଙ୍କୁ ଯେ ବଶ ।
ପୁଲକିତ କରେ ଖୁସିର ପ୍ଲାବନ
ଲହରୀ ଖେଳାଇ ହରି ନିଏ ମନ ।
କିଣି ନିଏ ପ୍ରାଣ ପ୍ରୀତି ସ୍ରୋତ ଧାରେ
ପ୍ରବାହିତ ହୁଏ ଆମ ପରିବାର ।
ଭାବ ଭକ୍ତି ଆଉ ବନ୍ଧୁତ୍ୱ ମୂର୍ଚ୍ଛନା
ସଭିଙ୍କର ମନ କରାଏ ଉନ୍ମନା ।
ଅନିର୍ବଚନୀୟ ପୁଲକ ପ୍ଲାବନ
ଖେଳାଇ ନିରତ ତରଙ୍ଗ ସ୍ପନ୍ଦନ ।
ଆହ୍ବାନ ରେ ଦିବ୍ୟ ଚେତନା ଜାଗ୍ରତ
କରାଏ ଜୀବନ କରଇ ପବିତ୍ର ।
ଜୀବନ ଯାତ୍ରାରେ ଭରଇ ମାଧୁର୍ଯ୍ୟ
ସୁଶିକ୍ଷା ଦିଅଇ କରେ ନାନା କାର୍ଯ୍ୟ
ପ୍ରତି କ୍ଷଣେ ଉଠେ ଖୁସିର ଲହରୀ
ତୃପ୍ତି ଶୀହରଣ ପ୍ରବାହିତ କରି ।
ସ୍ନେହ ଶ୍ରଦ୍ଧା ଲାଭ ନିମନ୍ତେ ପ୍ରସିଦ୍ଧି
ଆସ ହେ କରିବା ଏହାର ସମୃଦ୍ଧି ।

