STORYMIRROR

Satyanarayan Sahoo

Romance Action Classics

4  

Satyanarayan Sahoo

Romance Action Classics

ଝୁଲି ଝୁଲି ଆସେ କାଳିଆ ସୁନା

ଝୁଲି ଝୁଲି ଆସେ କାଳିଆ ସୁନା

1 min
13

ଆଷାଢ଼ ମାସ ରେ ରଥ ଯାତରା 

ଆହା କି ମଉଜ ରସ ପସରା ।

ଝୁଲି ଝୁଲି ଆସେ କାଳିଆ ସୁନା 

ରଥ ରେ ବସିଛି ଖୁସି ରେ ଅନା ।

କାଳିଆ ସୁନା କୁ ଦର୍ଶନ କଲେ 

ପାପ କ୍ଷୟ ହୋଇ ଥାଏ ତତ୍କାଳେ ।

ଅଶେଷ ପୁଣ୍ୟ ଯେ ହୁଏ ପ୍ରାପତ 

ଆସ ହେ ଦେଖିବା ଏ ରଥ ଯାତ ।

ଭକ୍ତ ଜନ ଙ୍କର ମେଳ ରେ ରହି 

 ପୂଣ୍ୟ ଅର୍ଜ୍ଜନ ର ସୁଯୋଗ ଏହି ।

କାଳିଆ ଠାକୁର କଲେ ଦର୍ଶନ 

 ଅର୍ଜନ୍ତି ଅନନ୍ତ ଅକ୍ଷୟ ପୁଣ୍ୟ ।

ନନ୍ଦ ପୁଅ ଆସେ ନନ୍ଦିଘୋଷ ରେ 

ଆସ ହେ ଦେଖିବା ଭକ୍ତ ମେଳ ରେ ।

ଟାଣି ଟାଣି ନେବେ ଜନେ ସକଳ 

ବଡ ଦାଣ୍ଡ ଆଜି ଚଳ ଚଞ୍ଚଳ ।

ଭକତ ଜୀବନ ପରାଣ ଧନ 

ଭକ୍ତ ହିତେ କରେ ଲୀଳା ରଚନ ।

ଭକତି ବିହ୍ୱଳେ ଡାକ କାଳିଆ 

ତୁହି ନନ୍ଦ ପୁଅ କେକୀ ଚୂଳିଆ ।

ହସି ସେ ଖୁସି ରେ ଖିଲ୍ ଖିଲିଆ 

ଧାଇଁ ଧାଇଁ ଚାଲେ ସେ ରସିକିଆ ।

ଟାଣି ଟାଣି ନେବେ ଭକତ ଜନ 

ଦର୍ଶକ ସେବକ ଆନନ୍ଦ ମନ ।

କାଳିଆ ସେବା ରେ ଆହା କି ଖୁସି 

ଟାଣି ଟାଣି ନେବା ମଜା ଲାଗୁଛି ।

ଶୁଭେ ଘଣ୍ଟ ଘଣ୍ଟା କାହାଳୀ ଢୋଲ 

ସାଥେ କେତେ ବାଦ୍ୟ ଟମକ ଖୋଳ ।

ମହୁରୀ ଓ ଶଙ୍ଖ ନାଦ ସହିତ 

ବାଜି ଘନ ଘନ ସେ ନିନାଦିତ ।

ଡାଆଣି ଡିଣ୍ଡାଣି ଶବଦ କରି 

ଗଡି ଚାଲେ ରଥ ସେ ଝୁଲି ଝୁଲି ।

ରତନ ବେଦୀ କୁ ତେଜି କି ଯାଏ 

ଜନମ ବେଦୀ ରେ ସେ ପୂଜା ପାଏ ।

ନବ ଦିନ ପରେ ଆସେ ବାହୁଡ଼ି 

ବାହୁଡ଼ା ଯାତ୍ରା ରେ ସେ ବିଜେ କରି ।

ନବ ଦିନାତ୍ମକ ରଥ ଯାତରା 

ଦର୍ଶନ କରନ୍ତି ଭକତ ପରା ।।


Rate this content
Log in

Similar oriya poem from Romance