STORYMIRROR

Jayashree Das

Romance

3  

Jayashree Das

Romance

ଅମାନିଆ ମନ

ଅମାନିଆ ମନ

1 min
160


ହୃଦୟ କାଗଜେ ଲେଖିଦେଲି ବନ୍ଧୁ

  ଯେଉଁଦିନ ତୁମ ନାଁ

ଅଲେଖା କାଗଜ ଗୋଲାପି ରଙ୍ଗରେ

  ମରମେ ପ୍ରୀତିର ଛୁଆଁ 


ମନ ବେଳାଭୂମି ସାଗର ତଟରେ 

 ଶାମୁକା ଗୋଟିଏ ନେଇ

ଅନାଇ ରହିଲି କେବେ ଆସିବୁତୁ

 ସ୍ଵାତୀର ଶିଶିର ହୋଇ 


ଚହଲା ମନର ଲଗାମ ବିହୀନ 

 ଅନୂଢ଼ା କିଶୋରୀ ସାଜି 

ପ୍ରେମର ଫୁଆରା ଆଶା ବୈତରଣୀ 

  ସପନେ ଯାଇଛି ହଜି 


ଶୀତ ସକାଳର କୁହୁଡି ଗହଳେ  

 ତୋର ମୁହଁ ଦିଶିଯାଏ 

ନନ୍ଦନ ବନର ପାରିଜାତ ବାସ୍ନା 

 ତନୁମନ ଛୁଇଁଦିଏ 


ସାଜି ପ୍ରୀତିଛନ୍ଦା ସରମୀ ଲତିକା 

 ଗାଏ ଗୀତ ପ୍ରଣୟର 

ଫଗୁଣର ମିଠା ସପନ କୋଳରେ 

 ଚାହେଁ ପ୍ରୀତି ଉପହାର 


ଦିଗନ୍ତର କୋଳେ ବାଦଲଟେ ସାଜି 

 ବରଷି ଯାଅ ଗୋ ପ୍ରିୟ 

ଭିଜି ଯାଉ ମୋର ଏହି ତନୁ ମନ 

 ସାତ ରଙ୍ଗେ ଫିକା ଦେହ 


ଆଙ୍କିଦିଅ ଥରେ ଫୁଲର ଛବିଟେ 

 ମୋ ମନର କାନଭାସେ 

ତୁମ ବାଟ ଚାହିଁ ଅନାଇ ବସିଛି 

  ଅଭିସାରିକାର ବେଶେ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance