Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayashree Das

Others

3  

Jayashree Das

Others

ହରି ନାମେ କି ରସଅଛି

ହରି ନାମେ କି ରସଅଛି

1 min
205



ହରିବୋଲ ନାମେ କି ରସ ରହିଛି

   ଥରେ କରିଦେଲେ ଉଚ୍ଚାରଣ .

ହୃଦୟ ଭିତରେ ମୋହନ ମୂରତି

   ପ୍ରତି କ୍ଷଣେ ପରା ଜାଗରଣ .


ସାତ ଜନ୍ମ ପାପ ଧୋଇ ହୋଇଯାଏ

   ରଥ ପଥ ଯେବେ ଦିଶିଯାଏ .

ବାମନ ବେଶରେ ନନ୍ଦିଘୋଷ ରଥେ

   ଆତ୍ମାକୁ ନିର୍ବାଣ ଦେଉଥାଏ .


ଡୋରୀ ନ ଲାଗିଲେ ଶ୍ରୀକ୍ଷେତ୍ର ଧାମକୁ

   ନ ଦିଶଇ ପଥ ମହାବାହୁ.

ମନ ତ ବୁଝେନା ରହି ବି ହୁଏନା

  ଅନ୍ତରରେ ଦୁଃଖ ହାଉଯାଉ .


ନୀରବେ ଟିକିଏ କଥା ହେବା ପାଇଁ

  ଅପେକ୍ଷା କରିଛି କେଉଁ ଯୁଗରୁ .

ସବୁଠି ଗହଳି ଭକତଙ୍କ ମେଳି

  କେମିତି କହିବି ଭାବେ ମନରୁ .


ମନର ବ୍ୟଥାକୁ ବୁଝି କି ପାରୁନ

  ଡାକି ଡାକି ତଣ୍ଟି ଗଲାଣି ଶୁଖି.

ଦୁଃଖ ପାରାବାରେ ଭାସି ଯାଉଅଛି

  ଫୁଟା ନାଆ ମୋର ହୋଇଣ ଦୁଃଖୀ .


ଆସିବ ବତାସ ବହେ ଅଣଚାଶ

  ଉଠୁଛି ଜୁଆର ତୁହାକୁ ତୁହା .

ଅସ୍ତ ହେଲେ ରବି ପ୍ରତୀଚୀ କାନ୍ଥରେ

  ତୋ ଛଡା ଆଉ କିଏ ବା ସାହା .


ପୂଣ୍ୟ ମୋର ଊଣା ହେ କଳା ନାଉରୀ

  ଟାଣକରି ମଙ୍ଗ ଧରିଥିବୁ .

ଯାହାକୁ ଯେମିତି ଗଢି ଅଛୁ ତୁହି

  ସେହିପରି ପାରି କରୁଥିବୁ .


କେଉଁ ଜନ୍ମେ ମୋର ତୋ ଦେଖା ମିଳିବ

   ମାୟା ବନ୍ଧନରୁ ପାଇବି ରାହା .

ଅମୃତମୟ ତୋ ନାମ କୀର୍ତ୍ତନରେ

   ତରିଯିବି ମୁହିଁ ହୋଇବୁ ସାହା .



Rate this content
Log in