STORYMIRROR

Jayashree Das

Abstract

4  

Jayashree Das

Abstract

ଧରଣୀ ପିନ୍ଧିଛି ଶାଗୁଆ ପାଟ

ଧରଣୀ ପିନ୍ଧିଛି ଶାଗୁଆ ପାଟ

1 min
22


ବରଷା ଆସିଛି ପ୍ରୀତିର ବିଭୋରେ

  ଧରିତ୍ରୀ ପିନ୍ଧିଛି ଶାଗୁଆ ପାଟ.

ସପତ ରଙ୍ଗରେ ସଙ୍ଗୀତ ନାଦରେ

  ପ୍ରିୟ ସହ ହେବ ତାହାର ଭେଟ .।


ନବନୀତ ତାର ତନୁ ବଲ୍ଲରୀରେ

  ମୁକୁଳା ସରିତ ଯାଉଛି ବହି.

ବରଷା ବରଷି ରିମଝିମ୍ ସ୍ଵରେ

  ଦେଵ ପ୍ରୀତି ଛୁଆଁ ଦେହକୁ ଛୁଇଁ.।


ଭିଜାଇବ ଦେହ ବଢାଇବ ପ୍ରୀତି

  ଜଡ଼ାଇ ଧରିବ ଦେହକୁ ତାର.

ହସିବ ପ୍ରକୃତି ସବୁଜିମା ଭରି

  ଗାଇବ ଆନନ୍ଦେ ମେଘ ମହ୍ଲାର.।


ମଧୁ ବାସନାରେ ହଜିଯିବ ପୃଥ୍ୱୀ

  କଳା ଜିମୂତକୁ ଗଗନେ ଦେଖି.

ଆନମନା ପ୍ରାଣ ପ୍ରେମ ବଗିଚାରେ

  ଗଜଲ ଗାଇବ ନାଚିବ ଶୀଖି .।


ଝରଝର ଝରି ଅମୃତର ଧାରା

  ବତୁରାଇ ଦେଵ ଜୀବ ଜଗତ.

ମିଳନ ସରାବ ନୀଳ ପିଆଲାରେ

   ଦୃଢ଼ହେବ ତାର ପ୍ରୀତି ବନ୍ଧୁତ୍ୱ .।


ହୃଦ ଦାଵାଗ୍ନିରେ ଉଷ୍ମତା ଜାଳିଛି

  ନିଷ୍ଠୁର ନିଦାଘ ଖଳନାୟକ .

ମରୁ ମରୀଚିକା ଭିନ୍ନ ଇଲାକାରେ

  ଶୁଷ୍କ ଓଠେ ଦଗ୍ଧ ସ୍ବେଦ ଯମକ.।


ଅବୁଝା ମନର ସ୍ବିକୋରୋକ୍ତି ସ୍ୱର

  ବୁଝିଛି ବରଷା ପ୍ରିୟ ତାହାରି .

ବିରହ ଗହଣା ଶରୀରୁ ଉତାରି

  ଶାଗୁଆ ପାଟରେ ଲାଗେ ସୁନ୍ଦରୀ .।


ମେଘ ପୁଷ୍ପଝରି ଧରଣୀ ଗଭାରେ

  ଚୁର୍ଣ୍ଣକୁନ୍ତଳରେ ଅଙ୍ଗୁଳି ଚାଳି.

ଛୁଇଁ ଛୁଇଁ ଯିବ ଅନୁରାଗେ ବର୍ଷା

   ଆଖି ଖୋଲି ଦେଵ କଅଁଳ କଳି .।


କଦମ୍ବ ଫୁଟିବ ସପନେ ଗୋପନେ

  କାନରେ ବାଜିବ ମୋହନ ବଂଶୀ.

ସ୍ମୃତି ସରସୀରେ ମହକି ଯାଉଛି

    କୁମୁଦିନୀ ଅଙ୍ଗ ନିରେଖେ ଶଶୀ.।


ନାଚିବ କାନନେ ଗିରୀ ଉପବନେ

  କଅଁଳ ପତରେ ବରଷା ଟୋପା.

ଘାସ ଗାଲିଚାରେ ସାଧବ ବୋହୂଟି

   ଲାଜେ ଲାଜେ ପାଦ ପକାଏ ବଙ୍କା.।


ଶାଗୁଆ କାଗଜେ ମନର କଥାକୁ

  ପଶ୍ଚିମା ପବନେ ଦିଏ ଉଡେଇ.

ପ୍ରେମ ଛାତତଳେ ଆଦ୍ୟ ଶ୍ରାବଣରେ

  ଧରିତ୍ରୀକୁ ବର୍ଷା ନିଏ ଜଡେଇ.।


ବରଷାର ଛନ୍ଦ ପ୍ରତୀକ୍ଷାର ଅନ୍ତ

  ଧରିତ୍ରୀ ହୁଅଇ ମତୁଆଲା .

ଶାଗୁଆ ପାଟକୁ ଦେହରେ ଗୁଡ଼ାଇ

  ନବ ସୃଷ୍ଟି କରେ ସରଞ୍ଚନା.।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract