STORYMIRROR

Jayashree Das

Abstract Others

4  

Jayashree Das

Abstract Others

ବରଷା ରାଣୀ

ବରଷା ରାଣୀ

1 min
29


ଆ ଲୋ ବରଷା ରାଣୀ 

 ତୋର ମେଘ ଓଢଣୀ ଟାଣି 

ନୀଳ ଆକାଶ ଚାନ୍ଦୁଆ ତଳୁ 

  ଢାଳି ଦେ ପୀୟୂଷ ପାଣି.


ବୁଲି ଆସିବୁ ମରତ ଭୂଇଁ 

  ରହିଛୁ ଆମେ ତୋ ବାଟ ଚାହିଁ 

ସହଳ ଆସି ଜଡ଼ାଇ ଦେଏ 

   ତୋର କାଉଁରୀ ପରଷ ଦେଇ.


ବଜାଇ ବାଜା କରି ରୋଷଣୀ 

  ବିଜୁଳି ବାଟ ଦେଖାଏ ପୁଣି 

ନୀଳିମା କୋଳୁ ନୀଳ କୁନ୍ତଳ 

  ତାର ଦିଶଇ ଚାରୁ ବେଣୀ.


ଆକାଶ ରାଜା ରାଜକୁମାରୀ 

  ବରଷା ଅଟେ ମଙ୍ଗଳ କାରୀ,

ଲୁହ ଝରାଇ ପୃଥିବୀ ବକ୍ଷେ

    ସବୁଜିମା ସେ ଦିଅଇ ଭରି.


ପୃଥିବୀ ତାକୁ ଅନାଇ ଥାଏ 

  ଆସିଲେ ସିଏ ପାଛୋଟି ନିଏ 

ଅମୃତ ସମ ବାରୀ ଧାରାକୁ 

   ବକ୍ଷରେ ତାର ଆଶ୍ରୟ ଦିଏ.


ମାଟିକୁ ଛୁଏଁ ବରଷା ଯେବେ 

  ପୁଲକ ଜାଗେ ବସୁଧା ଅଙ୍ଗେ 

ନବ ଜୀବନ ନବୀନ ଆଭା 

   ଚମକ ଖେଳେ ମିଶିଲେ ସଙ୍ଗେ.


ନଈ ନାଳରେ ବରଷା ଧାର 

  ମିଶିଲେ ବଢେ ତା କଳେବର.

ସରସୀ ଜଳେ କୁମୁଦ ଖେଳେ 

  ଆକାଶେ ଦେଖି ସେ ନିଶାକର.


କ୍ଷେତରେ ଫଳେ ସୁନା ଫସଲ 

   ଚଷା ଭାଈର ଆନନ୍ଦ ମନ 

ଆସିବେ ଲକ୍ଷ୍ମୀ ଘରକୁ ତାର 

  ଅମାର ଭରି ରଖିବ ଧାନ.


ଜୀବ ଯନ୍ତୁ ମାନେ ଆଶ୍ୱସ୍ତ ହେବେ 

  ବୃକ୍ଷ ଲତା ସବୁ ପଲ୍ଲବୀ ଯିବେ 

ଖୁସି ଖୁସି ଭାବ ସବୁରି ପ୍ରାଣେ 

   ମଙ୍ଗଳ ଗୀତିକା ପକ୍ଷୀ ଗାଇବେ.


ଷଡ଼ଋତୁ ମଧ୍ୟେ ବରଷା ଶ୍ରେଷ୍ଠ 

  ନ ଥିଲେ ବରଷା ନାହିଁ ଜଗତ 

ନୂତନ ସୃଷ୍ଟିର ନବ ଦିଗନ୍ତ 

   ମାଟି ଓ ବରଷା ଅଟନ୍ତି ମିତ.।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract