STORYMIRROR

Rabindra kumar Sahoo

Abstract Inspirational

4  

Rabindra kumar Sahoo

Abstract Inspirational

ବାକି ରହିଯାଏ କିଛି ତଥାପି

ବାକି ରହିଯାଏ କିଛି ତଥାପି

2 mins
360


ସବୁ କିଛି ସମ୍ପୂର୍ଣ୍ଣ ହୁଏନି

ଏଠି ବାକି ରହିଯାଏ କିଛି ତଥାପି

ମୁଁ ଓ ମୋର ସଂସାର ଭିତରେ

କିଛି ମିଠା କିଛି ଖଟା ମଧ୍ୟେ

କିଛି ଫିକା ହୁଏ କିଛି ହୁଏ ଗଲାପୀ ।


ସ୍ମୃତି ହୋଇ ରହି ଯାଏ କିଛି

କିଛି ରହିଯାଏ ହୋଇ ଅନୁଭୂତି

ପ୍ରିୟା ର ପଣତ କାନିରେ

ଲେଖା ହୁଏ କିଛି

ଲେଖା ହୁଏ ତା'ର ହୃଦୟରେ କିଛି

ସବୁ କଥା ଗୁଡା ପୂରଣ ହୁଏନି

ବାକି ରହିଯାଏ କିଛି ତଥାପି ।


କହିବାକୁ ସବୁ ମନ ହୁଏ ପୁଣି

କହି ତ ହୁଏନି ସବୁ କିଛି

ମିଛ ଦୁନିଆଁ ରେ ପ୍ରେମ ପ୍ରଣୟ ରେ

ଥାଏ କେତେ କେତେ ଭୀତି

ମନ ଖୋଜେ ସିନା ତା'ର ହୃଦୟର ଗୀତି

ହୃଦୟେ ଥାଏ ନାନା ପ୍ରକାରର ଭୀତି

କହିବ କହିବ ବୋଲି ଚାହେଁ ସେ ହୃଦୟ

ହେଲେ ବାକି ରହିଯାଏ କିଛି ତଥାପି ।


ପ୍ରିୟାର ପ୍ରେମକୁ ସତ କରିବାକୁ

ପ୍ରେମ ଓ ପ୍ରଣୟକୁ ସତ ରୂପ ଦେବାକୁ

ମନ ହୃଦ ସିନା ହୁଏ ଛାଟିପିଟି

ହେଲେ ସମାଜ ରୂପକ ପ୍ରତିବନ୍ଧକ ଟି

ଆଣେ ନାନା ବାଧା ବିଘ୍ନ ଟି

କହିବ କହିବ ବୋଲି ହୃଦ କୁହେ ସିନା

ହେଲେ ବାକି ରହିଯାଏ କିଛି ତଥାପି ।


ମନ ମନ୍ଦିରେ ହୃଦ କନ୍ଦରେ

ପ୍ରିୟା ପାଇଁ ସିନା ହୃଦ କାନ୍ଦେ ଟି

ଭାବନା ରାଇଜେ ଭାବି ଭାବି

ପ୍ରିୟା ଆଖିର ଲୁହକୁ ହେଜି ହେଜି

ସବୁ କଥା ଗୁଡା ଖୋଜି ଖୋଜି

କିଛି କହିବାକୁ ମନେ ହେଜି

ଶୂନ୍ୟ ମନ୍ଦିରେ ହୃଦ କନ୍ଦରେ

କିଛି କଥା ରହିଯାଏ ଛପି

ଭାବି ଭାବି କିଛି କହିବାକୁ ଥିଲେ ବି

ହୃଦୟ ର ବାର୍ତ୍ତା ପ୍ରାଣ ପ୍ରିୟା କୁ କହିବାକୁ

ହେଲେ ବାକି ରହିଯାଏ କିଛି ତଥାପି ।


ପ୍ରେମ ଏକ ଅନୁଭୁତି

ପ୍ରେମ ଏକ ମହା ସ୍ମୃତି

ସେ ଏକ ଭାବନା ଓ ଭାବମୂର୍ତ୍ତି ସେ

ପ୍ରେମ ଏକ ପ୍ରତାରଣା

ପ୍ରେମ ଏକ ସାଧନା

ତା'ର ଅନୁଭବ ଓ ଅନୁଭୂତି କୁ ନେଇ

ଏ ମନ ଓ ହୃଦୟ ଭାବୁଛି କିଛି

ହେଲେ ବାକି ରହିଯାଏ କିଛି ତଥାପି।


ମୁଁ ନୁହେଁ ସୃଷ୍ଟିର ଶ୍ରେଷ୍ଠ

ମୁଁ ହୁଏ ତ ହୋଇ ପାରେ ଲକ୍ଷ୍ୟ ଭ୍ରଷ୍ଟ

ଆଦି ଅନାଦି ସବୁର ଉର୍ଦ୍ଧ୍ବ ରେ

ହୋଇ ପାରେ ଏ ପ୍ରେମ ଓ ଜୀବନ

ଯନ୍ତ୍ରଣା ଜର୍ଜରିତ ହୋଇ ପାରେ

ଏ ଜୀବନ ର ମାନ

ପ୍ରେମ ଓ ଜୀବନ ସବୁ ହୋଇପାରେ

କପୋଳକଳ୍ପିତ

ମନ ଓ ହୃଦୟ ବୁଝେନା ତ କିଛି

କିଛି କୁହେ ହେଲେ

ସବୁ ପରିବେଶ ଓ ପରିସ୍ଥିତି ର ବର୍ଣ୍ଣନା

ଜୀବନ ର ସଂଜ୍ଞା ନିରୂପଣ କରିବାକୁ ଯାଇ

ଜୀବନ ର ଚଲାପଥେ ବାକି ରହିଯାଏ କିଛି ତଥାପି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract