ଆଜିକାର ରାଜନୀତି ବିଧାନ
ଆଜିକାର ରାଜନୀତି ବିଧାନ
ଶୁଣ ମୋର ଭାରତର ସକଳ
ଜନ ସାଧାରଣ
ଭାରତର ଯେତେ ଆଜିକାର
ରାଜନୀତିର ବିଧାନ ।
ଦେଶରୁ ପରାଧୀନତାର ହୋଇ
ଗଲା ଅନ୍ତ
ବିଦେଶୀ ହଟି ସ୍ୱାଧୀନତା ଆମର
ହେଲା ଉପଗତ ।
ଚାଲିଛି ଏଠି କିପରି ଜାତି ଧରମର
ରାଜନୀତି
ଭୋଟବେଳ ଆସନ୍ନ ହେଲେ ନେତାର
ଦୃଶ୍ୟ ହୁଏ ଭାରୀ ପ୍ରୀତି ।
ନେତା ଦେଖାଏ ତା ଦଳ କଳ ବଳର
ସମସ୍ତ ବୁଦ୍ଧି
ନିର୍ବାଚନ ଜିତିଲେ ନଥାଏ ସେହି
କଳ୍ପନା ର ସିଦ୍ଧି ।
ସମସ୍ତେ ମୋର, ସେହି ଜ୍ଞାନକଥା ଭୋଟ
ବେଳେ ଜାଣେ
ଦିଏ ନେତା ଲମ୍ବା ଭାଷଣ ସକଳ-ଶାସ୍ତ୍ରର
ପରିମାଣେ ।
ଯେତେ ଚିନ୍ତନ୍ତି ଉପର ମନରେ ବେଦ ଓ
ବେଦାନ୍ତର ଧର୍ମ
ପରେ ଭୋଟର ବିଚାରେ ଏହା ବାଣୀରେ
କାହିଁକି ଆସିଲା ତାର ଭ୍ରମ ।
ମିଥ୍ୟା ପ୍ରତିଶ୍ରତି ଶୁଣି ଶୁଣି ମନରେ
ଆନନ୍ଦ ଭରି ଥାଏ
ନିର୍ବାଚନ ପରେ ବେଦନାରେ ହୃଦୟ
ତାର ଭରି ଯାଏ ।
ହେ ଭାଇ ଭଉଣୀ କୃଷକ ଭାଇର ଶ୍ରମ
ଝାଳର ପରଶେ
ଫସଲ ଅମଳର ପିୟୂଷରେ ତ ମାଟି
ମା ହସେ ।
ପୁଂଜିପତି ନିଜର ସ୍ୱାର୍ଥ ଓ ଲାଭରେ
ସଦା ବିତାଏ ଦିନ
ତାହାର ଶୋଷଣ ଧୋକାରେ ବିଷମୟ
ହୁଏ କୃଷକର ମନ ।
ପୁଂଜିପତି ନେତା ଭାବେ, ଜନତା ଅଟେ
ନିହାତି ବୋକା
ନିତିଦିନ ତାଙ୍କୁ ସେ ଦେଇପାରିବ ଯେତେ
ପାରି ଧୋକା ।
ଏବକାର ନେତାର ମନରେ ସେବା
ମନୋବୃତ୍ତି ନାହିଁ ଆଉ
ଲୁଟି ନେବ କିପରି ରାଜ୍ୟର ଧନକୁ
ଶାସନ ଥାଉ ଥାଉ ।
ସ୍ବାଭିମାନ ଆଉ କର୍ମନିଷ୍ଠା ଭାବନାରୁ
ସେ ପାଇବ କିସ
ଗରିବର ଶ୍ରମରୁ ବଂଚିବ, ଚାଷୀ ପଛେ
ନିତି ଖାଉ ଦୁଃଖର ବିଷ ।
ଇଲେକ୍ସନ୍ ଆସିଲେ ଜନତାକୁ ନୋଟ
ଦେଇ ଦେବ
ମଦମାଂସ ଦେଇ ବାଜିମାରି ଇଲେକ୍ସନ୍
ଜିତି ଯିବ ।
କଳା ଧନକୁ ନିତି କରୁଛି ଧଳା, ସଫେଦ
କୁର୍ତ୍ତା ପିନ୍ଧେ, ଯିବ ସେ ଖସି
କିଛି ଦୋଷ ନକରି, ନିରୀହ ଗରିବ ବାପୁଡା
ପାଇ ଯିବ ଫାଶୀ ।
ଦରବୃଦ୍ଧି, ବେକରୀବୃଦ୍ଧି, ଗରିବ ସଂଖ୍ୟାବୃଦ୍ଧି
ହେଲେ ତାର କଅଣ ହେବ
ପଇସା ବଳରେ ଚେଲା ଚାମୁଣ୍ଡା ଉଡାନ୍ତି ଧ୍ୱଜା
ସେ ପୁଣି ତ ରାଜା ହେବ ।
ସମାଜବାଦର ସୁନ୍ଦର ଆଭାରେ ନବ
ଉନ୍ମାଦନା ମନରେ ଖେଳେ
ଦିଶେ ଶୋଷଣବିହୀନ ସମାଜର, ସେ ମମତାର
ମଧୁ ସ୍ରୋତ ଧରଣୀର ଛାତି ତଳେ ।
ଗରିବର ହୃଦୟ ଯାଉଛି ଫାଟି ଯନ୍ତ୍ରଣାରେ
କେତେ ଦିନ ସେ ତିଳତିଳ ହୋଇ ଜଳିବ
ଉଦାସ କଂକାଳର ଶୀର୍ଣ୍ଣ ଯୀର୍ଣ୍ଣ ତନୁ ଓ ମନରେ
ଦିନେ ପରିବର୍ତ୍ତନର ପରିଭାଷା ଆସିବ ।
ପ୍ରଶ୍ନ କରୁଛି ନିଜକୁ ନିଜେ, ଯାହା ମୁଁ ଲେଖୁଛି
ଏସବୁ ବସି, କି ସାବାସି ମିଳିବ
ସତ କହିଲେ ଅଛି ପ୍ରାଣଭୟ, ସମୟ ଆସିଲେ
ଗଳାରେ ଫାଶୀ ଲାଗିଯିବ ।
ମିଥ୍ୟାର ବନ୍ଦନାରେ, ମିଥ୍ୟାକୁ ଲେଖିଲେ କିଛି,
ଆତ୍ମା ମୋ ଧିକ୍କାର କରୁଛି
ଦୁନିଆରେ ଶୋଷଣ ଦୂର କରିବାକୁ, ନୂତନତା
ସୃଷ୍ଟି ପାଁଇ, କେତେ ପ୍ରାଣ ତ ଯାଇଛି ।
ଦୁନିଆରେ ବହୁ ତୋଷାମଦକାରୀ, ପଦବୀର
ଲାଳସା ଓ ଅଭିଳାଷରେ ମାତିଛନ୍ତ
ମୂଲ୍ୟହୀନ ଅସାର ବଚ଼ନ ଚିନ୍ତା କରି, ଭାବନ୍ତି
ଧର୍ମର ବିଜୟ-କେତନ ଉଡ଼ାଇଛନ୍ତି ।
ଏ ଧୃବ ସତ୍ୟ, ଦିନେ ତ ଆସିଛି, ଦିନେ ତ
ଛାଡିବି ଏ ଭବ ସାଗରକୁ
ଲେଖିବିନି କିଆଁ, ଯାହା ମୁଁ ଭାବୁଛି ମୋ
ମନର ଚେତନାରେ, ଡରିବି କାହାକୁ ।