STORYMIRROR

Chittaranjan Nanda

Abstract Others

4  

Chittaranjan Nanda

Abstract Others

ଯାହା ହେଉ ଏବେ ବିକାଶ ଚାଲିଛି

ଯାହା ହେଉ ଏବେ ବିକାଶ ଚାଲିଛି

2 mins
491


ଥିଲେ ବୀର ଶୂର ବିଜୟ ପତାକା ଧରି, ଜୟ 

ଶ୍ରୀରାମ, ଆମେ ସନ୍ତାନ ତାଙ୍କରି, 

ଅତୀତ ଗୈାରବ ଗାନାକୁ ବହୁତ ଝୁରେ, ଏବେର 

ଲୋକଂକ କଥା କିଏ ପଚାରେ,

   ଯାହା ହେଉ ଏବେ ବିକାଶ ଚାଲିଛି ।


ସୁନା, ରୂପା, ଲୁହା ମାଙ୍ଗାନିଜ ଭରପୁର, ଆତ୍ମ 

ନିର୍ଭରଶୀଳ ହୁଅ, ଭାଷା ବହୁ ସୁନ୍ଦର,

ବହୁ ଯୋଜନା ତିଆରି ହୁଏ ଦିନକୁ ଦିନକୁ କିନ୍ତୁ 

ହଜାର ଯୋଜନା ତ ଗଲେଣି ନର୍କକୁ

    ଯାହା ହେଉ ଏବେ ବିକାଶ ଚାଲିଛି ।


ଜ୍ଞାନ ଗୁଣର ବିଲୋପ, ବଢୁଛି ଅରାଜକତା, ପଦବୀରେ

ଅନ୍ଧ, ହରାନ୍ତି ନିଜ ମାନବିକତା

ପ୍ରବଳ ଘଟୁଛି ଶୋଷଣ ଧର୍ଷଣ ନିର୍ଯ୍ୟାତନା, ଲୁହ 

ଲହୁର ଅବ୍ୟକ୍ତ ଯନ୍ତ୍ରଣାକୁ କେହି ବୁଝେନା

      ଯାହା ହେଉ ଏବେ ବିକାଶ ଚାଲିଛି ।


ରାଜନେତା ଅମଲାତନ୍ତ୍ର ହୁଅନ୍ତି କୋଳା କୋଳି, ଦେଖ,

ବିଦେଶେ ରଖନ୍ତି କୋଟି କୋଟି ଟଂକା କିଭଳି

ପ୍ରଣୀତ ହେଉଛି ସଂସଦ ବିଧାନ ସଭା ଭିତରେ ସବୁ 

ପୁଂଜିପତି ପାଇଁ ଓ କୃଷକ ଶ୍ରମିକ ବିରୁଦ୍ଧରେ

        ଯାହା ହେଉ ଏବେ ବିକାଶ ଚାଲିଛି ।


ତୁମର ଅଧେକୁ ମୋର ଅଧେ ଠିକାଦାରର କାମ, ଭୋଟର ଭାଇ କେବେ ବୁଝିବୁ, ସବୁଠି ଷାଠିଏ ଚାଳିଶି ଭାଗ

କୃଷକ ଶ୍ରମିକ କଟାଏ ସମୟ ତା ପେଟର ବିକଳରେ ଦେଖ,

 ସମସ୍ତେ ତ ରୁଣ୍ଡ ଆଜି ରାଜ ରାସ୍ତାରେ,

          ଯାହା ହେଉ ଏବେ ବିକାଶ ଚାଲିଛି ।


ନାମ ରହିଅଛି ଶହେରୁ ଅଧିକ ଉପସ୍ଥାନ ତ ନାହିଁ, ଶିକ୍ଷକ 

କିଏ ପଢାଏ ପୁର୍ଣ୍ଣାଗ, କିଏ ଅଧାଳିଆ ହୋଇ

ଶିକ୍ଷକର ଶ୍ରେଣୀ ତାରତମ୍ୟ କେତେ ଯେ ପ୍ରକାର, ଦେଖିବ, 

କିଏ ମାସିକିଆ, କିଏ ମଜୁରିଆ ହୋଇଣ

        ଯାହା ହେଉ ଏବେ ବିକାଶ ଚାଲିଛି ।


ନକଲି ପ୍ରମାଣ ପତ୍ରରେ ଧରିଛନ୍ତି ସାର୍ଟିଫିକେଟ

ଶିକ୍ଷା ଦେଶ ଉନ୍ନତି ପାଇଁ ଦେଉଛନ୍ତି ବଡ ବଡ ଦୀକ୍ଷା

ଉତ୍ତମ ଶିକ୍ଷକ କରିବେ ଯଦି ଯାଇଁ ଜନ ଗଣନା 

ପାଠ ପଢା ଗୌଣ, ଯୋଗ୍ୟ ମଣିଷର କିପରି 

ହେବ କଳ୍ପନା

       ଯାହା ହେଉ ଏବେ ବିକାଶ ଚାଲିଛି ।


କାମ ହୁଏନି ଚାଲେ ପ୍ରଚାର, କାମ ଖାଲି ବନ୍ଧା 

ହୁଏ ନାଲି କପଡାରେ  

ପୋଥି ମଧ୍ଯେ ବିଦ୍ଯା ଭଳି, କି ଲାଭ, ଯଦି କେବଳ

ବଡ ବଡ ଆଡଭାର୍ଟଇଜମେଣ୍ଟରେ,

ଇଲେକ୍ସନ ନଶା, ନେତା ମାନେ ଆସି ଫୁସଲାନ୍ତି 

ନେବାକୁ ଭୋଟର ମାନଂକ ମନ,

ଘର ଦେବି, ରାସ୍ତା ଦେବି, ଖାଦ୍ୟ ମାଗଣା ଦେବି

ପ୍ରଚାର ତ ଅତି ନିମ୍ନ ମାନ,

        ଯାହା ହେଉ ଏବେ ବିକାଶ ଚାଲିଛି ।


ଡାକେ ଅଭାଵୀ ଦିନ ଦିନ, ସାହା ମୋର ହେ 

ତୁମେ ଭାବର ଠାକୁର, 

ମନ ମଧ୍ୟରେ ଭାବନାତ, ହେ ରକ୍ଷାକର୍ତ୍ତା ତୁହି 

ସାହା ମୋ ଦୁଃଖ ଓ ସୁଖ ନାଵର,

ପ୍ରତ୍ୟେକ ସମୟେ, ଅସରନ୍ତି ଭକ୍ତି ଢାଳି ଦିଏ, 

ତାହାର ମୁଢ ମତିରେ,

ଭାବନା ଥାଏ ଶକ୍ତି କୀର୍ତ୍ତି ଦ୍ୱାରା ଭାଗ୍ୟ 

ଭଗବାନ ସାହା ହେବେ ଅଗତିରେ

       ଯାହା ହେଉ ଏବେ ବିକାଶ ଚାଲିଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract