Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Barik

Abstract

4.5  

Jagannath Barik

Abstract

ମାଣବସା ଗୁରୁବାର

ମାଣବସା ଗୁରୁବାର

2 mins
474


ମାଣବସା ଗୁରୁବାର,  ମହାଲକ୍ଷ୍ମୀଙ୍କର ପରବ ସାର ଗୋ

ଝୋଟି ଚିତା ପକା ଘରଦ୍ୱାର, ସଜନୀ ଗୋ |


ମାସ ଶ୍ରେଷ୍ଠ ମାର୍ଗଶିର,  ସ୍ୱୟଂ ଅନ୍ନପୂର୍ଣ୍ଣା ବିଜେ ମହୀର ଗୋ

ସ୍ଵର୍ଣ୍ଣ କୁମ୍ଭ ଧରି କକ୍ଷପର, ସଜନୀ ଗୋ ।


ଧନ ଧାନ୍ୟ ପୂର୍ଣ୍ଣ ଧରା, ମୁଖେ ମୁଖେ ଭରା ହସ ପସରା ଗୋ

ଶୀତ ଋତୁ ଆଦ୍ୟ ସ୍ପର୍ଶ ପରା, ସଜନୀ ଗୋ |


ପଡ଼ି଼ଦାତ୍ରୀ ଜଗଦ୍ଧାତ୍ରୀ, ଶ୍ରୀମତୀ ଶ୍ରୀପତି ଅଙ୍କ ସମ୍ପତ୍ତି ଗୋ

ରୂପେ ହାରିଯିବେ କୋଟି ରତି, ସଜନୀ ଗୋ |


ରତ୍ନାକର ଯାର ତାତ, ସୁଧାକର ଚନ୍ଦ୍ର ଯାହାର ଭ୍ରାତ ଗୋ

ପୟ ପୟୋଧି ମନ୍ଥନୁ ଜାତ, ସଜନୀ ଗୋ |


ନୀଳ କନ୍ଦର ଶୋଭିନୀ, ବ୍ରହ୍ମଦାରୁ ହରି ଚିତ୍ତ ମୋହିନୀ ଗୋ

ନିତ୍ୟ ନବ ନବ ଅଭିସାରୀ, ସଜନୀ ଗୋ |


ଶ୍ରୀୟା ଚଣ୍ଡାଳୁଣୀ ଘର, ବୁଲି ଯାଇଥିଲେ ପାଇ ଖବର ଗୋ

ପତି ଦେଢଶୁରେ ହତାଦର, ସଜନୀ ଗୋ |


ବଡ଼ ଦେଉଳୁ ବାହାର, କରିଦ୍ୟନ୍ତେ ସତୀ କୋପେ ଜର୍ଜର ଗୋ

ଯାଇ ସିନ୍ଧୁକୂଳେ କଲେ ଘର, ସଜନୀ ଗୋ |


ଲକ୍ଷ୍ମୀଛଡା ହଳି ହରି, ସକଳ ସମ୍ପଦ ନେଲେ ମା ହରି ଗୋ

ବେନି ଭାଇ ଭିକ୍ଷାଥାଳ ଧରି, ସଜନୀ ଗୋ |


ମିଳିଲାନି ଅନ୍ନ ଜଳ, କ୍ଷୁଧା ପିପାସାରେ ହୋଇ ବିକଳ ଗୋ

ଭୋଗି ହିନସ୍ଥା ଭ୍ରାତା ଯୁଗଳ, ସଜନୀ ଗୋ |


ଦୁର୍ବଳୁ ଦୁର୍ବଳତର, ଉପବାସେ ରହି ବାର ବର୍ଷର ଗୋ

ଯାଇ ସିନ୍ଧୁ କୂଳରେ ହାଜର, ସଜନୀ ଗୋ |


ମାଗନ୍ତେ ଅନ୍ନ ଶ୍ରୀଧର, ଦାସୀ ବୋଲେ ଏ ଚଣ୍ଡାଳୁଣୀ ଘର ଗୋ

ଖାଉ ଜାତି ଯିବ ଦୁହିଁଙ୍କର, ସଜନୀ ଗୋ |


ପ୍ରାଣ ତ ହେବ ଅନ୍ତର , ପରସ ଅନ୍ନ ବ୍ୟଞ୍ଜନ ସତ୍ୱର ଗୋ

ଜାତି କଥା ମନୁ ପରିହର, ସଜନୀ ଗୋ |


ଜାଣିଲେ ଜଗତ ନାଥ, ଲକ୍ଷ୍ମୀଙ୍କ ରାନ୍ଧଣା ଏତ ବିଖ୍ୟାତ ଗୋ

ଖାଦ୍ୟ ଶେଷେ ପୋଡ଼ ପିଠା ପ୍ରାପ୍ତ, ସଜନୀ ଗୋ |


କ୍ଷମା ମାଗି ବେନି ଭାଇ,ଲକ୍ଷ୍ମୀ ହସ୍ତ ଧରି ଜଗତ ସାଇଁ ଗୋ 

ବଡ଼ ଦେଉଳେ ମିଳିଲେ ଯାଇ, ସଜନୀ ଗୋ |


ବେଦବର ଇନ୍ଦ୍ର ହର, ପରିଚର ଯାର ସର୍ବ ଅମର ଗୋ

ସ୍ତୁତି କରନ୍ତି ସଚରାଚର, ସଜନୀ ଗୋ |


ମାଣବସା କୁ ସୁଦଶା, ବେନି ବ୍ରତ ଲକ୍ଷ୍ମୀଙ୍କର ସରସା ଗୋ 

ଦୂର କରେ ଦାରିଦ୍ର୍ୟ ଦୁର୍ଦ୍ଦଶା, ସଜନୀ ଗୋ |


ଜୟ ଜୟ ମହାଲକ୍ଷ୍ମୀ, ଐଶ୍ଵର୍ଯ୍ୟ ମାଧୁର୍ଯ୍ୟ ଦିବ୍ୟ ଶକତି ଗୋ

ଜଗା ଶ୍ରୀପଦେ କରେ ବିନତି, ସଜନୀ ଗୋ |


Rate this content
Log in

Similar oriya poem from Abstract