STORYMIRROR

Jagannath Barik

Inspirational

4  

Jagannath Barik

Inspirational

ବନ୍ଦେ ଭାରତ ଜନନୀ

ବନ୍ଦେ ଭାରତ ଜନନୀ

1 min
376

ବନ୍ଦେ, ଭାରତ ଜନନୀ

ବନ୍ଦେ,ଭାରତ ଜନନୀ

ତ୍ରୈଲୋକ୍ୟ ପାବିନୀ ,ଜ୍ଞାନ ପ୍ରଦାୟିନୀ

କଳା କଲ୍ଲୋଳିନୀ ,ସୁଷମା ଶାଳିନୀ

ଦେବଲୀଳା ଭୂଇଁ ବନ୍ଦିନୀ

ବନ୍ଦେ, ଭାରତ ଜନନୀ।

ସ୍ବର୍ଣ୍ଣ ପ୍ରସବିନୀ ,ବୀର ପ୍ରସବିନୀ

ଭୂଧର ମାଳିନୀ,ଲୀଳା ବିଳାସିନୀ

ନଦ ନଦୀ ସିନ୍ଧୁ ଶୋଭିନୀ

ବନ୍ଦେ,ଭାରତ ଜନନୀ।

ସତ୍ୟ ସନାତନୀ, ଅବନୀ ମୋହିନୀ

ଧରମ ଧାରିଣୀ ,କରମ ସାଧିନୀ 

ବେଦ ବେଦାନ୍ତର ଜନନୀ

ବନ୍ଦେ, ଭାରତ ଜନନୀ।

କୀର୍ତ୍ତି କିରୀଟିନୀ, ପୁଣ୍ୟ ସଞ୍ଚାଳିନୀ

କୋଟି କୁଞ୍ଜବନ ,କୁସୁମ ମାଳିନୀ

ବିଶ୍ୱ ଗୁରୁ ମାର୍ଗଦର୍ଶିନୀ

ବନ୍ଦେ, ଭାରତ ଜନନୀ।

ସତ୍ୟ ଅହିଂସା ଶାନ୍ତି ଦାୟିନୀ

ଗୋ ,ଗଙ୍ଗା, ତ୍ରିରଙ୍ଗା ପୂଜିନୀ

ସସାଗରା ଧରା ବନ୍ଦିନୀ

ବନ୍ଦେ ଭାରତ ଜନନୀ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational