STORYMIRROR

Jagannath Barik

Abstract

3  

Jagannath Barik

Abstract

ସାରା ବିଶ୍ୱରେ ମହୀୟାନ

ସାରା ବିଶ୍ୱରେ ମହୀୟାନ

1 min
164

ସାରା ବିଶ୍ୱରେ ମହୀୟାନ

ଧର୍ମ ନିରପେକ୍ଷ ହିନ୍ଦୁସ୍ଥାନ

ଏଠି ଜାତି ବର୍ଣ୍ଣ ଭେଦ ନାହିଁ

ନାନା ଭାଷା ଭୂଷା ରୂଚି ଥାଇ

ଆମେ ସଭିଏଁ ଭଉଣୀ ଭାଇ

ଏକତାର ମନ୍ତ୍ରେ ବଳୀୟାନ

ସାରା ବିଶ୍ୱରେ ମହୀୟାନ ।(1)


ନିଜ ସୁଖ ଚାହେଁ ନାହିଁ ହିନ୍ଦୁ

ବିଶ୍ୱ ହିତେ ହିନ୍ଦୁ ରକ୍ତ ବିନ୍ଦୁ

ଦାନ କରି ହୁଏ ପୂଜ୍ୟମାନ

ସେବା ତ୍ୟାଗେ ଆମ ଗରୀୟାନ

ସାରା ବିଶ୍ୱରେ ମହୀୟାନ ।(2)


ଚାହୁଁ ବସୁଧୈବ ପରିବାର

ହିଂସା କପଟର ପରିହାର

ନୀତି ଆଦରଶ ପ୍ରତିଷ୍ଠାନ

ଶାନ୍ତି ମୈତ୍ରୀ ପ୍ରଗତିରେ ଧ୍ୟାନ

ସାରା ବିଶ୍ୱରେ ଆମେ ମହାନ ।(3)


ଏଠି ଜ୍ଞାନର ବଇଠା ଜଳେ

ଜ୍ୟୋତି ଜଗତରେ ପ୍ରତିଫଳେ

ପର ଉପକାରେ ଶ୍ରଦ୍ଧାବାନ

ସ୍ମରି ପୂର୍ବସୁରୀ ଅବଦାନ

ସାରା ବିଶ୍ୱରେ ଆମେ ମହାନ ।(4)


ବନ୍ଦେ ମାତରଂ ସ୍ଲୋଗାନ

ଜୟ ଯବାନ ଜୟ କିଷାନ

ଜୟ ବିଜ୍ଞାନ ଆମ ଆହ୍ୱାନ

ଏକ ଜାତୀୟ ସଂଗୀତ ଗାନ

ସାରା ବିଶ୍ୱରେ ଆମେ ମହାନ । (5)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract