STORYMIRROR

Chinmaya Kumar Nayak

Abstract

4  

Chinmaya Kumar Nayak

Abstract

ଆବାହନୀ

ଆବାହନୀ

1 min
77

ନଇଁ ନଇଁ ଆସେ ସଞ୍ଜର ପରଦାଜୀଵନ ଯାମିନି ଲାଗିଲାଣି ବାଧା,

ଉଛୁର ନକରି ଆସ ପ୍ରିୟତମତବ ବିରହରେ ଜଳେ ହୃଦ-ରାଧା।

ସୁପ୍ତ ଚେତନା ମାୟାରେ ମୋହିତସ୍ମରଣ ମାତ୍ରକେ ହୁଏ ଜାଗରିତ,

ଆନନ୍ଦ ହିଲ୍ଲୋଳେ ଦୋଳେ ହୃଦପଦ୍ମତବ ଭାବନାରେ ହୁଏ ବିମୋହିତ।

ଦୋଳାୟିତ ହୋଇ ଜଳୁଛି ଦୀପାଳିମାୟାଘୋର ଝଡ଼ି ଆସିଲାଣି ମାଡ଼ି,

ଆତ୍ମଶିଖା ଲୟ କରି ତବ ପଦଏ ଭଵ ଜଳଧି ହୋଇଯିବି ପାରି।

ଦୂର ହେବ ମୋର ଏ ଅମା ରଜନୀ

ତବ ଆଗମନେ ଆଲୋକ ସୃଜନୀ,

ମିଳନର ପୂର୍ଣ ଆହ୍ଲାଦେ ବିଭୋରଏ ଜୀବନ ଲଭୁ ନବ ସଂଜୀବନୀ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract