STORYMIRROR

Priyaranjan Biswal

Abstract Others

4  

Priyaranjan Biswal

Abstract Others

ପ୍ରଭୁ ଜଗନ୍ନାଥ

ପ୍ରଭୁ ଜଗନ୍ନାଥ

1 min
145

ପ୍ରଭୁ ଜଗନ୍ନାଥ


ଜଗତର ନାଥ

ଆହେ ଜଗନ୍ନାଥ

ଆସ ବାରେ ପ୍ରଭୁ ରଥକୁ।

ତୁମରି ଦର୍ଶନ

ଲଭିବା ପାଇଁକି

ଭକତ ଚାହିଁଛି ଟିଭିକୁ।‌।


ଜଣା ନାହିଁ କେବେ

କରୋନା ଭୂତାଣୁ

ନେବ ଏ ଭବରୁ ବିଦାୟ।

ତୁମ ଦରଶନ

ନପାଇ ପ୍ରଭୁହେ

କାନ୍ଦୁଛି ଭକତ ହୃଦୟ।।


ନକରି ବିଳମ୍ବ

ଦିଅହେ ଦର୍ଶନ

ଲିଳାମୟ କଳା ଠାକୁର।

ଏ ଜଗତ ଚଳେ

ତୁମରି ଆଜ୍ଞାରେ

ସବୁ ପରା ଇଛା ତୁମର।।


କେଉଁ ଅପରାଧେ

ଦେଉଅଛ ଦଣ୍ଡ

ଭୁଲିଣ ଭକତ ଭାବକୁ।

ହୃଦୟ କନ୍ଦରୁ

ଭକତ ଝୁରୁଛି

କେବଳ ପ୍ରଭୁହେ ତୁମକୁ।।


ମାୟାଧର ତୁମେ

କି ମାୟା କରୁଛ?

ଏତେ ଦୁଃଖ ଦିଅ କାହିଁକି?

ଏ ବିଚିତ୍ର ଲିଳା

କଷ୍ଟ ଦିଏ ପ୍ରଭୁ

ହଳହଳା ଠାରୁ ବଳିକି।।


ହୁଅହେ ସଦୟ

ଭକତଙ୍କୁ ଆଜି

ଦେଇ ତୁମ ଦିବ୍ଯ ଦର୍ଶନ।

ଲଭିଲେ ଦର୍ଶନ

ପ୍ରଭୁହେ ତୁମର

ଧନ୍ଯହେବ ଏହି ଜୀବନ।।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract