ଜଗନ୍ନାଥ ତୁମେ ପରଂବ୍ରହ୍ମ
ଜଗନ୍ନାଥ ତୁମେ ପରଂବ୍ରହ୍ମ
ଜଗତକରତା ହେ ବିଶ୍ୱନିଅନ୍ତା
ମହା ପ୍ରଭୁ ଶ୍ରୀଜଗନ୍ନାଥ,
ତୁମରି ଆଶିଷେ ଏ ସଂସାର ଚକ୍ରଟା
ଚାଲେ ଧରି ତୁମ ଦୁଇ ହାତ..।
ପରଂବ୍ରହ୍ମ ତୁମେ କାଳିଆ ଠାକୁର
ରତ୍ନସିଂହାସନେ ବିରାଜିତ,
ମହାବାହୁ ତୁମେ ଶ୍ରୀକ୍ଷେତ୍ର ଧାମର
ସର୍ବଜନଙ୍କର ପ୍ରିୟ ମିତ..।
ତୁମ ଚକା ଆଖି ଦେଖି ମନ ଯାଏ ଲାଖି
ଏ ସାରା ଦୁନିଆଁ ଦେଖୁଛ ବସି,
ଦୁଃଖ ଦୂର କରି ଓଠେ ହସ ଦିଅ ଭରି
ହେ ମନମୋହନ ବଂଶୀଧାରୀ..।
ନାନା ରୂପେ ତୁମେ ଆବିର୍ଭାବ ହୋଇ
କରିଥିଲ ଏ ଧରାକୁ ରକ୍ଷା,
ଅନ୍ୟାୟ ଅତ୍ୟାଚାର ଚୁର୍ଣ୍ଣ କରି ତୁମେ
କରିଲ ଧର୍ମ ପ୍ରତିଷ୍ଠା..।
ମଙ୍ଗଳ କରତା ପ୍ରଭୁ ଅନ୍ତର୍ଯ୍ୟାମୀ
ଜାଣଇ ସଭିଙ୍କ ଅନ୍ତର କଥା,
ଭାବର ଠାକୁର ସିଏ ଅଭାବ ଦୂର କରଇ
ଆହେ ଗିରିଧାରୀ ସଖା..।
ଶୁଭ ସକାଳର ଭକ୍ତି ଆରାଧନା
ତୁମରି ଦର୍ଶନ ଠାରୁ,
ବିତି ଯାଉ ସୁଖେ ସଭିଙ୍କର ଦିନ
ତୁମ ଆଶୀର୍ବାଦ ହେଉ....ll
