STORYMIRROR

Prasanta kumar das thn

Inspirational

3  

Prasanta kumar das thn

Inspirational

ଆମେ ଶ୍ରମିକ ଭାଇ

ଆମେ ଶ୍ରମିକ ଭାଇ

1 min
226

ଜୀବନ ନିର୍ବାହ କରିବା ନିମନ୍ତେ

କରିଥାଉ ଆମେ ଶ୍ରମ 

ପରିବାର ମୁଖେ ଦାନା ଦେବା ପାଇଁ

ନାନା ସ୍ଥାନେ କରୁ କାମ.....

 

ବିଭିନ୍ନ କର୍ମକୁ କରିଛୁ ନିଜର

ଆମେ ତ ଶ୍ରମିକ ଭାଇ 

ବରଷା ଖରାକୁ ନଥାଏ ଖାତିର 

ମୁଣ୍ଡ ଝାଳ ତୁଣ୍ଡେ ପୋଛି ଦେଇ....


ହାତରେ ଆମର ଥାଏ କୋଡ଼ି ପୁଣି 

ମୁଣ୍ଡେ ଥାଏ ପଥର ଝୁଡି 

ପୋଲ ଗୃହ ଆଦି କେତେ ସୌଧ ସବୁ

ଗଢି ତୋଳିଛୁ ଏ ଦେଶ ପାଇଁ....


ପରିଶ୍ରମ ଜୀବନର ଜାଗ୍ରତ ପହରୀ

ହୋଇଛୁ ଆମେ ସଦା ତତ୍ପର 

ଦେଶର ସମ୍ମାନ ଅଗ୍ରଗତି ପାଇଁ

କାହା ଉପରେ ହେଉନି ନିର୍ଭର .....


ଆର୍ଥିକ ସ୍ୱଚ୍ଛଳତା ପୂରଣ ପାଇଁ କି 

ଗୁରୁତ୍ୱ ଦେଇଥାଉ ଶ୍ରମକୁ 

କିନ୍ତୁ ଏ ସମାଜ ବୁଝେନାହିଁ କଷ୍ଟ

ବଞ୍ଚିତ କରେ ଆମ ଶ୍ରମଫଳ ଉପଭୋଗକୁ.....


ଦାରିଦ୍ର୍ୟ ପାଚେରୀ ରହିଛି ଘେରେଇ

ସଦା କଷାଘାତେ ହୁଏ ଜର୍ଜରିତ 

କାଳକ୍ରମେ ଶ୍ରମ ମର୍ଯ୍ୟାଦା କ୍ଷୁଣ୍ଣ ହୁଏ

ସମାଜରେ ହୁଏ ଘୃଣ୍ୟ ବିବେଚିତ....


ଶ୍ରମିକମାନଙ୍କ ଶ୍ରମ ଦାନରେ

ରାଷ୍ଟ୍ର ହୁଏ ଅଗ୍ରଗତି  

ଶ୍ରମିକମାନଙ୍କୁ ଅବହେଳା କଲେ 

ଦେଶରେ ଘଟେ ଅବନତି .....ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational