Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanta kumar das thn

Abstract

4  

Prasanta kumar das thn

Abstract

ରଥେ ବସିଛି ମୋ କାଳିଆ ସୁନା

ରଥେ ବସିଛି ମୋ କାଳିଆ ସୁନା

1 min
221


ବରଷକେ ଥରେ ଏ ବଡ଼ଦାଣ୍ଡରେ

ଟଣା ହେବ ତିନି ରଥ,

ମନ୍ଦିର ଭିତରୁ ବାହାରକୁ ଆସି

ଦର୍ଶନ ଦେବେ ଶ୍ରୀଜଗନ୍ନାଥ ।


ଶଙ୍ଖ, ଘଣ୍ଟ ନାଦେ ଭୁବନ କମ୍ପିବ

ଆନନ୍ଦ ଖେଳିବ ତହିଁ,

ଝୁଲି ଝୁଲି ସେତ ଆସିବ କାଳିଆ

ଭାଇଭଉଣୀଙ୍କୁ ସାଙ୍ଗରେ ନେଇ ।


ରଥେ ବସି ସାରା ଦୁନିଆ ଦେଖିବ

ଦୁଇ ବାହୁକୁ ତା'ର ମେଲାଇ,

ଦୁଃଖ କଷ୍ଟ ସବୁ ଲାଘବ କରିବ

ସୁଖ ଦେଇ ନେବ କୋଳାଇ ।


ନାନା ବେଶେ ତୁମେ ସଜ୍ଜିତ ହୋଇବ

ପାଟବସ୍ତ୍ରମାନ ପିନ୍ଧି,

ପୁଷ୍ପ ସୁଗନ୍ଧେ ବଡ଼ ଦାଣ୍ଡ ଯେ ବାସିବ

ଅଙ୍ଗେ ରତ୍ନଅଳଙ୍କାର ବାନ୍ଧି ।


ଜୀବନର ରଥ ଗଡି ଗଡି ଯାଏ

ସରିଯାଉଅଛି ସବୁ ସମୟ,

ତୁମେ ରଥେ ଥରେ ଦେଖା ଦେଲେ ପ୍ରଭୁ

ଜାଗି ଉଠେ ମନେ ଭାବ ବିନୟ ।


ଭକ୍ତ ଟାଣି ନେବେ ତୁମ ତିନି ରଥ

ଯିବ ମାଉସୀ ମା' ଘରକୁ,

ନଅଦିନ ରହି ମଉଜ କରିକି

ବାହୁଡ଼ି ଆସିବ ଶ୍ରୀମନ୍ଦିରକୁ ।


ଢାଳିଦିଅ ତୁମ କରୁଣାର ସିନ୍ଧୁ

ହେ ମୋର ଭାବବିନୋଦିଆ,

ତୁମ ଆଶୀର୍ବାଦ ସଦା ରହିଥାଉ

ଏତିକି ଗୁହାରି ମୋ କାଳିଆ ।


Rate this content
Log in

Similar oriya poem from Abstract