ସ୍ବପ୍ନ ଥିଲା ପ୍ରିୟା ପାଇଁ
ସ୍ବପ୍ନ ଥିଲା ପ୍ରିୟା ପାଇଁ
ଦୂର ଗଗନର ଆମେ
ଥିଲେ ଦୁଇ ପକ୍ଷୀ,
ଉଡୁଥିଲେ ମନେ ନଥିଲା ଭୟ
ଥିଲା ପବନ ଯେ ସାକ୍ଷୀ ।
କେତେ ସ୍ବପ୍ନ ଦେଖୁଥିଲେ
ଏକାନ୍ତରେ ବସି,
ସମୟ ଅତିବାହିତ ହେଉଥିଲା
ପ୍ରକୃତି ସହ ମିଶି ।
ମନର ବେଦନା ମନେ
ଥିଲା ଚାପି ହୋଇ,
ତୁମ ଆସିବାରେ ସବୁ
ଗଲା ଦୂର ହୋଇ ।
କୋଇଲିର ସୁରେ ସୁରେ
ଗାଉଥିଲେ ଗୀତ,
ନାଚୁଥିଲେ ମନେ ଭରି
ହୋଇ ପ୍ରାଣର ମିତ ।
ସାତ ଜନମ ଆମେ
ରହିଥାନ୍ତେ ସାଥି ହୋଇ,
ସ୍ବପ୍ନର ତାଜମହଲ ମୁହିଁ
ଗଢିଥିଲି ତୁମ ପାଇଁ ।
ଜହ୍ନର ଶୀତଳ ଜୋଛନା
ତୋଳି ଦେଇଥାନ୍ତି ତୁମ ହାତେ,
କେତେ କଥା ଥିଲା ହୃଦେ
ସବୁ ବାଣ୍ଟି
ଥାନ୍ତି ସତେ ।
ଫୁଲରେ ସଜେଇ ଥିଲି
ଆମ ସ୍ବପ୍ନର ଘର,
ସେ ଫୁଲରେ ଆମ ଘର
ଦିଶୁଥିଲା କେଡେ ସୁନ୍ଦର ।
ସାଇତି ରଖିଥିଲି ମୁଁ ଯେ
ନାଲି ଶଙ୍ଖା, ସିନ୍ଦୂର,
ନାଲି ପାଟଶାଢ଼ୀ ପିନ୍ଧି
ମୋ ଘରକୁ ଆସିଥାନ୍ତ ପ୍ରିୟା ମୋର ।
ଜହ୍ନର କିରଣେ ରାତ୍ରି
ଯେପରି ଚିକମି୍କ କରେ,
ସେପରି ତୁମ ମୁହଁ ପ୍ରିୟା
ନାଲି ଓଠେ ଝଟକୁଥାଏ ।
କେତେ ସ୍ବପ୍ନ ଦେଖୁଥିଲି
ତୁମକୁ ନେଇ ପ୍ରିୟା,
ଅଧା ରହିଗଲା ସେ ସ୍ବପ୍ନ ସବୁ
ପୂରା ହେଲାନି ଆମ ଦୁନିଆ ।
ଏମିତି ଏକ ଦିନ ଥିଲା
ତୁମେ ଥିଲ ମୋର ପାଶେ,
ସେ ଦିନକି ବିତିଗଲା
ତୁମ ସ୍ମୃତି ମନେପଡେ ଦିବାନିଶେ ।