STORYMIRROR

Prasanta kumar das thn

Romance Tragedy

3  

Prasanta kumar das thn

Romance Tragedy

ଜହ୍ନରେ ଦିଶୁଛ ତୁମେ

ଜହ୍ନରେ ଦିଶୁଛ ତୁମେ

1 min
202


ଝିଲମିଲ ତାରାମାନଙ୍କ ଗହଣେ

               ଜହ୍ନରେ ତୁମେ ଦିଶୁଛ,

ଏ ଶୂନଶାନ ରାତ୍ରି ଅର୍ଦ୍ଧର କୋଳେ

                ତୁମେ ଆଜି ବହୁତ ମନେ ପଡୁଛ........


ଶୀତଳ ଜ୍ୟୋତ୍ସ୍ନାରେ ଚିକମି୍କ କରେ

                ତୁମର ସେଇ ଗୋରା ମୁହଁ,

ତୁମ ବାଟ ଚାହିଁ ବସିଛି ମୁଁ ଏଠି

                 କେବେ ଆସିବ ପ୍ରିୟା କୁହ......


ଖୋଲା ଆକାଶକୁ ଚାହିଁ ରହିଛି ଅନାଇ

                    ମନେ ଭାବି ତୁମ କଥା,

କେତେ ଦିନ ଆଉ ଅପେକ୍ଷା କରିବି

                 ତୁମ ସାଥେ ବାଣ୍ଟିବି ମନକୋହ ବ୍ୟଥା.....


ଏ ଅସ୍ଥିର ମନଟା ଅଣାୟତ୍ତ ହୁଏ

                 ମାନେ ନାହିଁ କେଉଁ ବୋଲ,

ଅସ୍ଥିର ଲାଗୁଛି ସାରା ଦିବାନିଶି

                 ମୋ ମନକୁ ତୁମେ କାହିଁ ଚୋରି କଲ....


ମୁକ୍ତ ଗଗନର ପକ୍ଷୀ ହୋଇ ଆମେ

                 ବୁଲୁଥିଲେ ମନେ ଭରି ଖୁସି,

କେତେ ଦୂରେ ତୁମେ ରହିଗଲ ପ୍ରିୟା

                 ଜହ୍ନରେ ତୁମ ପ୍ରତିଛବି ଦେଖେ ମୁଁ ବସି.. ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance