ଆସୁଛି ରଙ୍ଗର ପର୍ବ
ଆସୁଛି ରଙ୍ଗର ପର୍ବ
ଫଗୁଣମାସ ଶୁକ୍ଳପକ୍ଷ ଦଶମୀ ତିଥିରେ
ଦୋଳପୂର୍ଣ୍ଣମୀ ପାଳନ ହୁଅଇ ବିଧିରେ ।
ଋତୁଚକ୍ର ମଧ୍ୟେ ବସନ୍ତ ଋତୁରେ
ନବୀନ ଉତ୍ସାହ ମନକୁ ଉନ୍ମାଦିତ କରେ ।
ରଙ୍ଗର ପରବ ସେତ ଆସିଛି ହୋଲି
ମନୁ ରାଗ, ରୁଷା ଆମେ ଯିବାରେ ଭୁଲି ।
ପରମାରାଧ୍ୟ ଦେବତା ରାଧାକୃଷ୍ଣ ଯୁଗଳ ମୂରତି
ସୁସଜ୍ଜିତ ଦୋଳବିମାନେ ସୁନ୍ଦର ଦିଶନ୍ତି ।
ଝୁଲି ଝୁଲି କାହ୍ନୁ ଦୋଳବିମାନେ ଆସିବେ
ଆମ୍ରଫଳ,ପିଠା ଭୋଗ ଖାଇ ଆଶୀର୍ବାଦ ଦେବେ ।
ଧୂପ, ଦୀପ ନୈବେଦ୍ୟର ସୁଗନ୍ଧ ବାସ୍ନାରେ
ପୁରପଲ୍ଲୀ ସେ ବାସ୍ନାରେ ମହକି ଉଠେରେ ।
ନାନା ପିଠା ପଣାର ବାସ୍ନା ଗୃହେ ବାସିବ
ସେ ବାସ ଚହଟି ଭୋକ ମେଣ୍ଟାଇଣ ଦେବ ।
ପଲ୍ଲୀବାସୀ ପ୍ରଭୁଙ୍କୁ ଅବିର ଅର୍ପଣ କରନ୍ତି
ପରସ୍ପର ରଙ୍ଗ ବୋଳି ଖୁସିରେ ବିଭୋର ହୁଅନ୍ତି ।
ବସନ୍ତ ମଳୟ ସଙ୍ଗେ ନାନା ରଙ୍ଗ ଉଡେ
ସେ ରଙ୍ଗ ଛିଟାରେ ଆମ ଶରୀରଟା ବୁଡ଼େ ।
ଭାବ, ପ୍ରୀତି ଭରା ଏଇ ରଙ୍ଗର ପରବ
ସଭିଏଁ ବାଣ୍ଟନ୍ତି ମିଶି ଖୁସିର ସରାଗ ।
