STORYMIRROR

Prasanta kumar das thn

Inspirational

3  

Prasanta kumar das thn

Inspirational

ରାମ ନବମୀ

ରାମ ନବମୀ

1 min
168


ଚୈତ୍ର ମାସର ନବମୀ ତିଥିରେ

ଜନମି ଥିଲ ହେ ପୁରୁଷୋତ୍ତମ 

ସୂର୍ଯ୍ୟବଂଶ ରାଜାରାଣୀଙ୍କର କୋଳେ

ଭୂମିଷ୍ଠ ହୋଇଥିଲ ହେ ରାମ......


ଜ୍ୟେଷ୍ଠ ପୁତ୍ର ତୁମେ ରଘୁକୁଳର

ରାଣୀ କୌଶଲ୍ୟାଙ୍କର କୋଳେ 

ଖୁସିର ଲହରୀ ଖେଳୁଥିଲା ସତେ

ଅଯୋଧ୍ୟାର ପୁରେ ପୁରେ......


ତ୍ରେତୟା ଯୁଗରେ ତୁମ ଅବତାର

ମର୍ଯ୍ୟାଦା ପୁରୁଷ ନାମେ 

ସତ୍ୟ ନିଷ୍ଠା ବ୍ରତ ଧର୍ମ ପାଳନରେ

ସର୍ବଗୁଣ ଥିଲା ତୁମରି ପାଶେ.....


ପିତାଙ୍କ ଆଦେଶେ ଚଉଦ ବରଷ

ଗଲ ତୁମେ ବନବାସ 

ସାଙ୍ଗରେ ପତ୍ନୀ ମାତା ସୀତା ଥିଲେ

ଥିଲେ ଭ୍ରାତା ଲକ୍ଷ୍ମଣ ଅନୁଜ.....


ବନ ମଧ୍ୟେ ସୁନ୍ଦର ହରିଣ ଭ୍ରମରେ

ଧନୁତୀର ଧରି ପଛେ ଧାଇଁଥିଲ 

ଲଙ୍କାପତି ରାବଣ ସନ୍ନ୍ୟାସୀ ବେଶରେ

ସତୀ ସୀତାଙ୍କୁ ହରଣ କଲା......


ସୁଗ୍ରୀବ ଜାମ୍ବବାନ ବାନର ସେନାଙ୍କ ସହ

ସମୁଦ୍ରେ ପଥ ନିର୍ମାଣ କରିଲ 

ଅନ୍ୟାୟ ପଥଗାମୀ ରାବଣକୁ ବଦ୍ଧ କରି 

ମାତା ସୀତାଙ୍କୁ ଉଦ୍ଧାରି ଆଣିଲ......


ଚଉଦ ବରଷ ବନବାସ ମଧ୍ୟେ

ବହୁ କଷ୍ଟ ସହ୍ୟ କଲ 

କୂଟଚକ୍ରାନ୍ତର ପାପୀ ଦାନବକୁ

ଉଚିତ ଦଣ୍ଡ ଦେଲ......


ପ୍ରଜାମାନଙ୍କର ସୁଖ ସମୃଦ୍ଧିରେ

ସଦା ତୁମେ ଲିପ୍ତ ଥିଲ 

ପରମ ପୂଜ୍ୟ ଶ୍ରୀରାମ ତୁମେ

ସମସ୍ତଙ୍କ ହୃଦେ ସଦା ରହିଥିବ....ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational