STORYMIRROR

Prasanta kumar das thn

Abstract

3  

Prasanta kumar das thn

Abstract

ମୋ ପ୍ରଭୁ ଶ୍ରୀଜଗନ୍ନାଥ

ମୋ ପ୍ରଭୁ ଶ୍ରୀଜଗନ୍ନାଥ

1 min
194


ସମୁଦ୍ର ଗର୍ଭରୁ ଭାସି ଆସିଥିଲ

              ମହାପ୍ରଭୁ ଦାରୁ ହୋଇ,

ସେହି ଦାରୁ ଲୋକେ ଉଦ୍ଧାର କରିଣ

              ଚତୁର୍ଦ୍ଧାମୂରତି ଦେଲେ ଗଢ଼ାଇ ।।


କେଡେ ସୁନ୍ଦର ଦିଶେ ରୂପ ତୁମ୍ଭର

             କଳାମୁଖ, ନାଲି ଅଧର,

ପୀତବସ୍ତ୍ର ପରିଧାନେ ଦୁଇ ବାହୁକୁ ମେଲାଇ

             ଏ ସଂସାରକୁ କରିଛ ନିଜର ।।


ରତ୍ନ ସିଂହାସନେ ନାନା ବେଶେ ତୁମ୍ଭେ

              ସୁସଜ୍ଜିତ ହୋଇ ବିରାଜିତ,

ଦର୍ଶନ କରିଲେ ତୁମକୁ ପ୍ରଭୁ ହେ

              ମନୁ ଦୂର ହୁଏ ଦୁଃଖର କ୍ଷତ ।।


ବିଷାଦର କଳାମେଘ ଢାଙ୍କେ ଯେବେ ପୁଣି

              ମନେ ପଡିଯାଅ ହେ ଜଗନ୍ନାଥ,

ସେ ଦୁଃଖ ଦରିଆରୁ ପାରିହେବା ପାଇଁ

               ଲୋଡ଼ା କେବଳ ତୁମ ଆଶୀର୍ବାଦ ।।


ଏ ଭବ ସାଗରେ ଭାବରେ ତୁମକୁ

                ମୋ ମନ ଝୁରଇ ରାତିଦିନ,

ଶ୍ରୀମନ୍ଦିରେ ତୁମ ସୁନ୍ଦର ମୁଖକୁ

                ଏ ଚକ୍ଷୁ କରଇ ଦର୍ଶନ ।।


ମନରେ ଗରବ ଖୁସିର ଲହର

               ଖେଳିଯାଏ ଦୁଃଖ ବାଡ଼କୁ ଡେଇଁ,

ତୁମ ଆଶୀର୍ବାଦ ପାଇ ମୁଁ ଯେ

                ଭକତି ପ୍ରଣାମ କରେ ଗୋସାଇଁ ll


  


రచనకు రేటింగ్ ఇవ్వండి
లాగిన్

Similar oriya poem from Abstract