Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ଆସ ଦୀପାବଳୀ

ଆସ ଦୀପାବଳୀ

1 min
194


 ଦୀପାବଳୀ ତୁମେ ଆସ ଅବତରି

ଘୋର ଅମାନିଶା ଦୀର୍ଘ ବିଭାବରୀ,

ସବୁରୀ ଦୁଆରେ ଜଳି ଉଠୁ ହସି

ଆଲୋକର ପର୍ବ ଶୁଭ ଦୀପାବଳୀ ।


ତୁମ ଆଗମନେ ଦୁରେ ଯାଉ ଭାସି

ତମସାର ଘନ କୃଷ୍ଣ କେଶ ରାଶି,

ସବୁରୀ ହୃଦୟ ହେଉ ଆଲୋକିତ

ଧରାପୃଷ୍ଠେ ଝରୁ ଖୁସି ରାଶି ରାଶି ।


ତମସାର ଆବରଣ ଯାଉ ଦୁରେ

ଆଲୋକରେ ଦିଶୁ ଚାରୁ ମୁଖ ବାରେ,

ଐକତ୍ୱର ଶଙ୍ଖ ବାଜି ଉଠୁ ଆଜି

ହସ ଫୁଟି ଉଠୁ ସବୁ ଓଠ ଧାରେ ।


ପ୍ରେମର ପାର୍ବଣ ହେଉ ସଂକ୍ରମିତ

ଜନ ମନ ଦେଶ ଗ୍ରାମ ଓ ଜଗତ,

ଇର୍ଷା, ଘୃଣା ଦ୍ୱେଷ ଆଦି ରିପୁ ଯେତେ

ଦୁର ହୋଇ ହୋନ୍ତୁ ପ୍ରେମରେ ପ୍ଲାବିତ ।


Rate this content
Log in