STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ଅମୃତ

ଅମୃତ

1 min
121

କିଏ ସେ ଭାଗ୍ୟବାନ କୁହ

ଖାଇଛ ଯେ ଅମୃତ ଏ ମର୍ତ୍ତ୍ୟମଣ୍ଡଳରେ,

ମୁଁ ଖାଇଛି ବହୁବାର କିନ୍ତୁ

ତା ସ୍ନେହ ବୋଳା ହାତ ପରଶାରେ। 


ରାନ୍ଧି ଦିଏ ନିଗାଡ଼ି ତା

ବାତ୍ସଲ୍ୟର ମିଠା ମିଠା ଗାଢ଼ ସମ୍ବେଦନ,

ସାମାନ୍ୟ ଶସ୍ୟଟେ ହୁଏ

ତା ସ୍ପର୍ଶରେ ସ୍ଵାଦ ଭରା ଅପୂର୍ବ ବ୍ୟଞ୍ଜନ। 


ଦେହଠାରୁ ମନ ବୁଦ୍ଧି

ପୁଷ୍ଟ ହୁଏ ମୋ ଭିତର ଚିନ୍ତା ଓ ଚେତନା,

ମାଆ ହାତରନ୍ଧା ଅଟେ

ମୋ ପାଇଁ ଅଭୁଲା ଓ ଅବ୍ୟକ୍ତ ସାନ୍ତ୍ଵନା। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract