ଲୁମ୍ବିନୀର ଶେଷ ରାତି
ଲୁମ୍ବିନୀର ଶେଷ ରାତି
ହିମାଳୟ ପାଦଦେଶ ନେପାଳ ଦେଶର
କ୍ଷତ୍ରିୟ ରାଜା ଥିଲେ ଶୁଦ୍ଧେlଦନ,
ତାଙ୍କ ରାଣୀ ମାୟାଦେବୀ ଲୁମ୍ବିନୀ ଉଦ୍ୟାନେ
ଜନ୍ମ ଦେଇଥିଲେ ଏକ ପୁତ୍ର ସନ୍ତାନ ।
ସାତ ଦିନ ପରେ ମା'ଙ୍କ ଦେହାନ୍ତେ
ମାଉସୀଙ୍କ ପାଶେ ହୋଇଲେ ପାଳିତ,
ଗୌତମୀ ମାଉସୀଙ୍କ ନାଁରେ ସିଦ୍ଧାର୍ଥ
ଗୌତମ ନାମରେ ହେଲେ ନାମିତ ।
ରାଜବଂଶେ ଯାତ ରାଜ ଗୌତମ,
ପ୍ରାପ୍ତି କଲେ ନାନା ଜ୍ଞାନ
ବୋଧି ପ୍ରାପ୍ତି ପାଇ ବୁଦ୍ଧ ନାମରେ
ହୋଇଲେ ସିଏ ପରିଚିତ ।
ଏକ ସମ୍ଭ୍ରାନ୍ତ ବଂଶରେ ଯାତ ହୋଇ ମଧ୍ୟ
ମନରେ ତାଙ୍କର ଥିଲା ବିରାଗ,
ସଂସାର ବନ୍ଧନେ ବାନ୍ଧି ହୋଇ ମଧ୍ୟ
ରାଜସୁଖ ଠାରୁ ନେଲେ ଦୂରତ୍ୱ ମନୋଭାବ ।
ଏକଦା ଗୌତମ ନଗର ପରିକ୍ରମା ସମୟେ
ଦେଖିଥିଲେ ଏକବୃଦ୍ଧ,ରୋଗୀ, ଓ ଏକଶବ,
ସେ କରୁଣ ଦୃଶ୍ୟ ଦେଖି ଗୌତମଙ୍କ
ଅନ୍ତରେ ଜାତ ହେଲା ବୈରାଗ୍ୟ ଭାବ ।
ମନରେ ଭାବିଲେ ସଂସାର ମଧ୍ୟରେ
ରହିଛି ଅନେକ ଦୁଃଖ ଭୋଗ,
ଏକ ଗୈରିକ ବସନ ସାଧୁଙ୍କୁ ଦେଖି
କଷ୍ଟରୁ ମୁକ୍ତି ପାଇବା ପାଇଁ ଏକମାତ୍ର ମାର୍ଗ ସନ୍ନ୍ୟାସ ।
ଲୁମ୍ବିନୀର ସେଇ ଗଭୀର ରାତ୍ରିରେ
ସ୍ତ୍ରୀ, ପୁତ୍ର, ରାଜପ୍ରାସାଦକୁ ଛାଡି,
ସତ୍ୟର ସନ୍ଧାନ, ଜ୍ଞାନ ଆହରଣ ପାଇଁ
ସଂସାର, ଗୃହକୁ ଗଲେ ତ୍ୟାଗ କରି ।
