ଜୀବନ
ଜୀବନ
ସୁଖ ଦୁଃଖ ଆଉ ହସ, କାନ୍ଦ ସବୁ
ଆସେ ଋତୁଚକ୍ର ପରି
ସୁଖ ରେ ହେବାନି ଆନନ୍ଦେ ଗମନ
ଦୁଃଖରେ ଯିବାନି ହାରି ।
ଦୁଃଖ ନସହିଲେ ସୁଖର ମହତ୍ୱ
ହୋଇପାରନ୍ତା କି ବୁଝି?
ଲୋତକ ନଥିଲେ ହସ ଟିକେ କିଏ
କାହିଁକି ଯାଆନ୍ତା ଖୋଜି ।
ଏମିତି ମଣିଷ ନାହିଁ ଦୁନିଆରେ
ସମସ୍ୟା ଯାହାର ନାହିଁ
ଏମିତି ସମସ୍ୟା ଦେଖିଛକି କେବେ
ସମାଧାନ ଯା'ର ନାହିଁ ?
ତୁମେ ବି କରିଛ ଜୀବନେ ସଂଗ୍ରାମ
ମୁଁ ବି କରିଛି କିଛି
ସାରା ଜୀବନ ଯେ ସୁଖରେ କାଟିଛି
ଦେଖିଛ କି କେହି ଅଛି ?
ହସ, କାନ୍ଦ ଆଉ ଲୁହ, ଲହୁଭରା
ଏଇ ତ ଜୀବନ ପଥ
କେବେ ଫୁଲଝରା ସୁଷମା ରେ ଭରା
କେବେ ପୁଣି କଣ୍ଟକିତ ।
କାହିଁକି ଡରିବା ସମସ୍ୟାକୁ ଦେଖି
ହାରିଯିବା ଦେଖି ଦୁଃଖ ?
ଧୌର୍ଯ୍ୟ ଓ ସାହାସ ହୃଦୟରେ ଥିଲେ
ନିଶ୍ଚୟ ମିଳିବ ସୁଖ ।
