ଯାଉଛ ତ ଚାଲିଯାଅ.....😣
ଯାଉଛ ତ ଚାଲିଯାଅ.....😣
ତୁମେ ଯେବେ ଆସିଥିଲ,
ନୂଆ ନୂଆ ଲାଗୁଥିଲ,
କେତେ ଯତ୍ନେ ଜିଣିନେଲ ମନ .....
ତୁମେ ଦିନେ ଚାଲିଯିବ,
ମୋ ଅଗଣା ଭୁଲିଯିବ —
କାହିଁ ଭାବି ନଥିଲି ସେଦିନ?
ଯାଉଛ ତ ଚାଲିଯାଅ,
ଭୁଲିବ ତ ଭୁଲିଯାଅ,
ଥରେ କୁହ — ଭୁଲିବି କେମିତି….
ବିଗତ ସେ ସବୁ ରାତି,
ତୁମ ତିକ୍ତ–ସିକ୍ତ ସ୍ମୃତି,
ଦ୍ୱାଦଶ ମାସର ଅନୁଭୂତି ।
ହରାଇ ଦେଲି ମୁଁ ଯାହା,
ପାଇବିନି କେବେ ତାହା,
ଭାଗ୍ୟେ ଅଛି ଅନେକ ସଂଘର୍ଷ……
ଜୀବନରେ ଚାଲିଆସି,
ଦୁଃଖ ଦେଇଗଲ ବେଶି —
ଯାଅ ତୁମେ, ପୁରାତନ ବର୍ଷ ।
ତୁମେ ଆଜି ଯିବ ଚାଲି,
ପ୍ରଭୁ ପାଦେ କରେ ଅଳି —
ଫେରି ଆସୁ ସବୁ ଓଠେ ହସ……
ରୋଗ, ଶୋକ ଦୂର କରି,
ଖୁସିର ସମ୍ଭାର ଧରି
ଆସୁ ଏହି ନୂତନ ବରଷ ।
✍️ ପ୍ରଭାସିନୀ ସେନାପତି
