ନିଦରେ ନିଦରେ
ନିଦରେ ନିଦରେ
ତୁମେ କହିଦେଲ ପଦେ ମିଠା କଥା
ମୁଁ କହିଦେଲି ପଦେ
ତୁମ ମୋ ଭିତରେ ମଧୁର ସମ୍ପର୍କ
ସୃଷ୍ଟି ହୋଇଗଲା ବୋଧେ ।
ତୁମେ ପଚାରିଲ ମୋର ଭଲମନ୍ଦ
ମୁଁ ଟିକେ ଦେଲି ପଚାରି
ତୁମ ମୋ ଭିତରେ ପ୍ରେମ ମୁଳଦୁଆ
ଏଇଠୁ ହେଲା ତିଆରି ।
ତାପରେ ଲେଖିଲ ତୁମେ ପ୍ରେମ ଚିଠି
ମୁଁ ବି ଲେଖିଦେଲି ପଦେ
ତୁମ ମୋ ଭିତରେ ପ୍ରେମର ମିନାର
ଗଢ଼ି ହୋଇଗଲା ଅଧେ ।
ତୁମେ ଝୁରି ହେଲ ମୁଁ ଝୁରି ହେଲି
ଦୁହେଁ ହେଉଥିଲେ ଝୁରି
ଚିଠି ଲେଖି ଲେଖି କାଗଜ କଲମ
ଦେଉଥିଲେ ଦୁହେଁ ସାରି ।
ତୁମେ ଗାଉଥିଲ ବିରହ ସଙ୍ଗୀତ
ମୁଁ ବି ଗାଇଲି ପଦେ
ଏତିକି ବେଳକୁ ନିଆଁଲଗା ନିଦ
ଭାଙ୍ଗିଗଲା ରାତି ଅଧେ ।