STORYMIRROR

Puja Pradhan

Comedy Fantasy Inspirational

4  

Puja Pradhan

Comedy Fantasy Inspirational

ରଜର ଦର

ରଜର ଦର

1 min
295

ଆସିଲାଣି ରଜ ଦେଖ ହୁଅ ସଜବାଜ

ମନ ଆନନ୍ଦ କର ସଭିଏଁ ମଉଜ

ଚୁଡ଼ି, ଶାଢ଼ୀ, ଦୋକାନରେ ଭାରି ଠେଲାପେଲା 

ପ୍ରତ୍ୟେକ ଜିନିଷ ଦର ଆକାଶ ଛୁଆଁ

ହେଲେବି କିଣିବାକୁ ହେବ ନହେଲେ

ଲାଗିବ ଘରେ ଶୂନ୍ୟର ଦଳକାଏ ନିଆଁ

ଶ୍ରୀମତୀ ଙ୍କୁ ସାଥେ ନେଇ

ବାହାରିଲେ ବାବୁ ନହେଲେ

ପିଣ୍ଡରେ ପ୍ରାଣ ରହିବ କି ଆଜି 

ସାଥୀରେ ଦୁଇଝିଅ ପାଖରେ ଅଛନ୍ତି

ଟିକିନିଖି କରି ସବୁ ଜିନିଷ ଦେଖନ୍ତି

ମନକୁ ନ ଆସିଲେ ଆଗକୁ ଚାଲିଛନ୍ତି

ବୁଲିବୁଲି ଡ୍ରେସ କିଛି ମନକୁ ପାଉନି

ନକିଣିଲେ ଘରକୁ ବାହୁଡ଼ିବାର ନାହିଁ

ଶ୍ରୀମତୀ କିଣିବେ ବନାରସୀ ପାଟ

ପିନ୍ଧିପାଟ ମୋ ଜୀବନେ ଚଲାଇବେ ନାଟ

ଅତି ସୁକୁମାରୀ ମୋର ଗେହ୍ଲେଇ ଘରଣୀ

ତୁମେ ପାଖେ ନଥିଲେ ମୋତେ କିଛିବି ଦୁସେନି

ରଜ ସଜପାଇଁ କେତେ ବଡ଼ ତାଲିକା

ତାକୁ ଦେଖି ହୋସ ଯାଉଛି ମୋର

କେମିତି ବୁଝିପାରନାହିଁ

ରଜ ବଜାରର ଆକାଶ ଛୁଆଁ ଦର

ଗୋଡ଼ରୁ ମୁଣ୍ଡ ଯାଏଁ କେତେ ଲୋଡ଼ା ତୁମର

ଦେଖୁନାହଁ ପକେଟରେ ଧନ କେତେ ମୋର

ଓଲେଇ ଗାଈ ଭଳି ସବୁଠିକୁ

ଘୋଷାଡ଼ି ନେଉଥାଅ

ମନାକରି ଦେଲେ କଟାସ ଚାହିଁଲା ଭଳି

ମୋତେ ଚାହିଁରହିଥାଅ

ଦୁଆଖିର ତାରା ଆମ ଦୁଇ ଝିଅ

କହୁଥାନ୍ତି ବାପା ତୁମପାଇଁ କିଛି ନିଅ

ବୁଦ୍ଧିବାଟ ଦିଶୁନାହିଁ ଥଳକୂଳ ବାଟ ପାଉନାହିଁ

ଦୋକାନୀ ମୋହାତରେ ଲମ୍ବା ବିଲ

ଯେମିତି ଦେଇଛନ୍ତି ବଢ଼େଇ

ସଙ୍ଗେସଙ୍ଗେ ଚେତା ବୁଡିଗଲା ମୋର

ଛାନିଆରେ ସର୍ବାଙ୍ଗ ଥରଥର ହୁଏ

ବରଷକୁ ଥରେ ମୋଭଳି ନିରୁପାୟ

ଅତିସୟ ସ୍ୱାମୀ କାନ୍ଦୁଥାଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy