ଏହି ତ ଜୀବନ
ଏହି ତ ଜୀବନ
ଜୀବନ କହେ କିଏ ମୁଁ
କି ପରିଚୟ ମୋର
ଜୀବିତ ଥିଲେ ମୁଁ ଚଳ ଚଞ୍ଚଳ
ସବୁ କିଛି କହେ ମୋର
ସ୍ତାବର ଅସ୍ତାବର ସମ୍ପତି ସବୁ ମୋର
ଯୁଆଡ଼କୁ ଆଖି ଉଠାଇ ଚାହିଁବ
ସବୁକିଛି ଅଟେ ମୋର
ନୂତନ ସମ୍ପର୍କ ମୋଠାରୁ କିଛି ଚାହେଁ
ପୁରୁଣା ସମ୍ପର୍କ ପ୍ରତେକ ଥର ସମୟର
ଆଢୁଆଳରେ ଅନେକ କଥା କହେ
ଆଉ ମୁଁ ସ୍ତଵଧ ନିରବ ହୋଇ ଚାହିଁଥାଏ
ଏଣେ ତେଣେ ଓ କରୁଥାଏ
ନିରବ ଧ୍ଵନିର କରୁଣ ଚିତ୍କାର
କାହିଁକି ଏ ଭଳି କଠୋର ବ୍ୟବହାର ମୋତେ
ଲେଞ୍ଜରା ଅସମ୍ପୂର୍ଣ ମିଞ୍ଜିମିଞ୍ଜି ଆଖି
ବିଛଣାରେ ଶୋଇ ଭାବୁ ଥାଏ
ଶୁଖିଲା ପତର ଗଛ ଡାଳରେ ଝୁଲୁଥାଏ
କେବେ ଖସିବ ତଳକୁ ଜାଣେନି
ନିଜ ପରିଚୟ ହଜାଇବ ଜାଣେନି
ଠିକ ସେହିପରି ମୁଁ ଝୁଲୁଥାଏ
ପରିବାର ସମ୍ପତି ଓ ସମ୍ପର୍କ ଭିତରେ
କେତେ ପାଇଛି କେତେ ହଯାଇଛି
କି କେତେ ଗଢି ଭାଙ୍ଗିଛି ମନେ ନାହିଁ
ହୁଏତ ମନେ ଥିଲେ ବୋଧେ ପାପରୁ
ବଞ୍ଚିତ ହୋଇଥାନ୍ତା ମୋର ଜୀବନ
ଫେରିବାକୁ ଅନେକ ଇଛା
ଅନେକ ଚେଷ୍ଟା ହେଲେ ସମୟ ଟିକେ ଦୂରକୁ
ଛିଡା ହୋଇ ସ୍ମିତ ହସି ମୋତେ
ଇସାରାରେ କିଛି ଦେଖାଏ
କଣ କଣ ବୋଲି ଯେବେ ମୁଁ ଚାହେଁ
ମୋତେ ଦିଶେ ଛଅଖଣ୍ଡ କାଠ ବାଉଁଶର
କୋକେଇ ଟିଏ ଚାରିଆଡ଼ ସଭିଏଁ
ଚଳଚଞ୍ଚଳ କେବଳ ନିରବ ହୋଇ
ଏହି ଶରୀର ମୋର ପଡିଥାଏ
କେଉଁଠି ମୋତେ ଚାହିଁ କେ କାନ୍ଦୁଥାଏ
କିଏ ମୋର ପ୍ରତେକ ଗୁଣକୁ ବଖାଣୁ ଥାଏ
ମୋତେ ନେବାପାଇଁ ସାହିପଡିସା ବନ୍ଧୁ ପରିଜନ
ସମସ୍ତେ ଆଗେଇ ଆସନ୍ତି କାହିଁକିନା
ଶରୀରରୁ ମୋର ଦୁର୍ଗନ୍ଧ ହୁଏତ ପରିବେଶ କୁ
ରୋଗାକ୍ରାନ୍ତ ନ କରେ ସେଥିପାଇଁ
ସଜାଗ ସଭିଏଁ ହୁଅନ୍ତି
ରାମନାମ ସତ୍ୟହେ ହରିନାମ ସତ୍ୟହେ
କହି ମୋଘର ପରିବାର ଠାରୁ ଦୂରକୁ
ନେଇ ଗାଁ ଶେଷ ମଶାଣିରେ ଛାଡ଼ନ୍ତି
ଅତି ଯତନରେ କାଠରେ ଜୁଇ ସଜାନ୍ତି
କେଉଁଠି କେଉଁ କର୍ମ ବାକିରହିଲା
ଗୋଟିଗୋଟି କରିଚାଲନ୍ତି
ପୁଅଯେ ମୋହର ମୁଖା ଅଗ୍ନି ଦେଇ
ଯିବାପାଇଁ ବାଟ ଦେଖାଏ
ଅଳ୍ପକେ ସମୟେ ମୋତେ ଦର ପୋଡ଼ାରେ
ଜଳନ୍ତା ଯୁଇରେ ଛାଡି ସଭିଏଁ ଫେରନ୍ତି
କେହିଜଣେ ଦୁଇଜଣ ପାଉଁଶ ଗଦାରୁ
ଦୁଇ ଚାରିଖଣ୍ଡ ହାଡ଼ ଖୋଜନ୍ତି
ବାରଦିନ ପରେ ନଦୀ ଜଳରେ
ମେଲାଣି ଦିଅନ୍ତି
ନିଜ ଜୀବନରେ ସଭିଏଁ ବ୍ୟସ୍ତ ରୁହନ୍ତି
ଏତିକିରେ ଶେଷ ହୋଇଯାଏ
ମୋ ଜୀବନ କାଳର ଯାତ୍ରା
ତେବେ କାହିଁକି ମାୟା ମରୀଚିକା
ପଛରେ ମୁଁ ଧାଇଁ ଥାଏ
ମୋତେ ଚାହିଁ ସମୟ ହସି କହେ
ଜୀବନର ଆରମ୍ବ ଓ ଶେଷ ହୁଏ
ହଁ ଜୀବନ କାଳର ଯାତ୍ରା
ଏହି ରୂପେ ହୋଇଥାଏ ✍️
ପୂଜା ପ୍ରଧାନ
ପୁରୀ
7854955141
