STORYMIRROR

Puja Pradhan

Fantasy Inspirational Others

4  

Puja Pradhan

Fantasy Inspirational Others

କିଛି ସ୍ମୃତି କିଛି ଅନୁଭୂତି

କିଛି ସ୍ମୃତି କିଛି ଅନୁଭୂତି

1 min
17

 

 କିଛି ସ୍ମୃତି ଓ ଅନୁଭୂତି କୁ

   ସାଥିରେ ନେଇ ଅନେକ ଦୂରକୁ

ପୁରୁଣା ବର୍ଷ ଯେ ଚାଲି ଯାଇଛି

  ଓ ଆମ ସଭିଙ୍କୁ ଦେଇଛି

ମିଠା,ଖଟା, ରାଗ,ଅଭିମାନ ଭରା

  ଅନେକ ସ୍ମୃତି ଆମେ

ନା କିଛି ସାଉଁଟି ପାରୁ ନା

  କିଛି କୁ ହାତରେ ବାନ୍ଧି ପାରୁ

ସମୟ ନିଜ ଗତିରେ ଚାଲିଥାଏ

  ଆମ ସଭିଙ୍କୁ ଅନେକ କିଛି

ଶିଖାଇ ଥାଏ ପ୍ରତି ମୁହୂର୍ତ ରେ

 ସମୟର ଇସାରା କୁ ଯେ

ମାନିଥାଏ ସେ ଆଗକୁ ଚାଲିଯାଏ

  ଯେ ଶୁଣି ଅଣଦେଖା କରେ

ଅନ୍ଧାର ରାସ୍ତାରେ ପାଦ ବଢ଼ାଏ

  ଯେଉଁଠି ନିରାଶ ଓ ଦୁର୍ଭାଗ୍ୟ

ବାଟ ରୋକି ଛିଡା ହୁଅନ୍ତି

 ଲୁହ ଓ ନିରାଶା ପ୍ରତେକ କ୍ଷେତ୍ରରେ

କେତେ ଝଡ଼ ଆଣନ୍ତି

   ଏମିତି ଅକୁହା ସ୍ମୃତି କିଛି

ଆଗକୁ ଯିବାକୁ ପ୍ରେରଣା ଦିଏ

  ମଣିଷ ଭଳି ମଣିଷ କରି

ଦୁନିଆ ଆଗରେ ପରିଚୟ ବନାଏ

  ଜୀବନ ମରଣ ଏହିଭଳି ଭାବେ

ଆମରି ଚାରି ପାଖେ ଘୁରୁଥାଏ

 କିଛି ସ୍ମୃତି କିଛି ଅନୁଭୂତି ଭିତରେ 

 ଆମରି ଜୀବନ ବିତି ଚାଲିଥାଏ ।


  

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy