ଜୟ ମାଁ ଖୁଦୁରୁକୁଣୀ
ଜୟ ମାଁ ଖୁଦୁରୁକୁଣୀ
ଖୁଦ ମୁଠାକରେ ସରଧା ବୋଲି
ନାମ ତୋ ଖୁଦୁରୁକୁଣୀ
ଲୁହ ପୋଛି ଦେଉ ପାଖକୁ ଡାକି
ତୋଭଳି ମାଁ କିଏ ହେବନି
ସାଧବ ଘରର ଅଲିଅଳି ଝିଅ
ତଅପୋଇ ଦୁଃଖ କାହାଣୀ
ଘରମଣିକୁ ହଯାଇ ଥିବାରୁ
ଭାଉଜ ଙ୍କ ଯାତନା କୁ ସହି
ଅତି କଷ୍ଟେ ବନେ ଛେଳି ଖୋଜୁଥାଇ
ଘୋର ବନସ୍ତରେ ସୁମରଣା କରି
ହଜିଲା ଛେଳିକୁ ପାଇ ମନରେ ଆନନ୍ଦ
ସତେ ଯେପରି ଚାତକ ବରଷାକୁ
ପାଇ ମନ୍ତର ମୁଗ୍ଧ ହୋଇଯାଏ
ଭାଇଙ୍କ ଫେରିବା ପାଇଁ ତୁମକୁ
ଗୁହାରି ବ୍ୟାକୁଳେ କରୁଥାଏ
ସାଧବ ଘରେ ଜନମି କେତେ ଯତନରେ
ଆଦର ଶ୍ରଦ୍ଧାରେ ବଢ଼ିଥିଲା
ସୁନାଚାନ୍ଦ ଗଢି ଦେବାପାଇଁ
ବାପା, ମାଁ ଙ୍କୁ ଅଳିକରିଥିଲା
ଅଧା ଚାନ୍ଦେ ବାପା ଚାଲିଗଲେ ଦୂରେ
ପୂର୍ଣ୍ଣ ଚାନ୍ଦେ ମାଁ ସ୍ନେହ ହଜିଲା
ଦଇବ କଷଣ କିଏବା କହିବ କାହାକୁ ଜଣା
ଭାଇ ଚାଲିଗଲେ ବୋଇତ ବାଣିଜ୍ୟେ
ଭାଉଜଙ୍କୁ ଝିଅର ଦାୟିତ୍ୱ ଦେଇ
ସୁନ୍ଦର ଭାବରେ ଦିନ କାଟୁଥାଏ
ହସ ଖୁସିରେ ଦିନ ବିତୁଥାଇ
ରାଣ୍ଡି ବ୍ରାହ୍ମଣୀର କୁମନ୍ତ୍ରଣା ଶୁଣି
ସାଧବ ଘର ବି ଭାଙ୍ଗିଗଲା
କାନ୍ଦେ ତଅପୋଇ ଘୋର ବନସ୍ତରେ
ରକ୍ଷାକର ମାତା ବାପା, ମାଁ ଛାଡି ଚାଲିଗଲେ
ଭାଉଜଙ୍କ କେତେ ଯାତନା ସହିବି
ମୋଭଳି ଦୁଃଖୀ କେ ଅଛି କହ
ଫଳମୂଳ ଭୋଗ ଦେବାକୁ ମାଁ
ନାହିଁ ମୋ ପାଖରେ କିଛି ଆଜି
ଭିକମାଗି ଖୁଦଦୁଇ ମୁଠା ଖୁଦ
ଆଣିଛି ଯତନେ ତୋପାଇଁ ଭାଜି
କୃପାକର ବାରେ ଭାଇଙ୍କ ବୋଇତ
ଦୂରରାଇଜରୁ ଲେଉଟି ଆସୁ
ହେଲେ ତୋ ମହିମା ଏ ହତଭାଗିନୀ
ସାତଭାଇ ଙ୍କୁ ଏହି ବନରେ ଭେଟୁ
ହେଲା ତୁମ ଦୟା ଜୟମାଁ ମଙ୍ଗଳା
ଦୂର ରାଇଜରୁ ବୋଇତ ଆସିଲା
ଭେଟ ହୋଇଗଲେ ଭଉଣୀ, ଭାଇ
ଛଅ ଭାଉଜଙ୍କ ନାକ କୁ କାଟିବା
କେହି କେବେ ମାଁ ଭୁଲିବ ନାହିଁ
ଭକତ ଡାକିଲେ କାହିଁ କେତେ ଦୂରେ
ପାଖେ ରହିଥାଉ ସଜାଗ ହୋଇ
ଖୁଦମୁଠା କରେ ସରଧା ବୋଲି
ଖୁଦୁରୁକୁଣୀ ନାମେ ଜାଣେ ସଂସାର
ଶଙ୍କଟୁ ଉଧାର କରୁଣାମୟୀ ମାଁ ମୋର ।।