STORYMIRROR

Puja Pradhan

Tragedy Inspirational Others

4  

Puja Pradhan

Tragedy Inspirational Others

ଜୟ ମାଁ ଖୁଦୁରୁକୁଣୀ

ଜୟ ମାଁ ଖୁଦୁରୁକୁଣୀ

1 min
256

ଖୁଦ ମୁଠାକରେ ସରଧା ବୋଲି

  ନାମ ତୋ ଖୁଦୁରୁକୁଣୀ

 ଲୁହ ପୋଛି ଦେଉ ପାଖକୁ ଡାକି

  ତୋଭଳି ମାଁ କିଏ ହେବନି

ସାଧବ ଘରର ଅଲିଅଳି ଝିଅ

  ତଅପୋଇ ଦୁଃଖ କାହାଣୀ

ଘରମଣିକୁ ହଯାଇ ଥିବାରୁ

 ଭାଉଜ ଙ୍କ ଯାତନା କୁ ସହି

ଅତି କଷ୍ଟେ ବନେ ଛେଳି ଖୋଜୁଥାଇ

  ଘୋର ବନସ୍ତରେ ସୁମରଣା କରି

 ହଜିଲା ଛେଳିକୁ ପାଇ ମନରେ ଆନନ୍ଦ

  ସତେ ଯେପରି ଚାତକ ବରଷାକୁ

    ପାଇ ମନ୍ତର ମୁଗ୍ଧ ହୋଇଯାଏ

  ଭାଇଙ୍କ ଫେରିବା ପାଇଁ ତୁମକୁ

     ଗୁହାରି ବ୍ୟାକୁଳେ କରୁଥାଏ

  ସାଧବ ଘରେ ଜନମି କେତେ ଯତନରେ

    ଆଦର ଶ୍ରଦ୍ଧାରେ ବଢ଼ିଥିଲା

  ସୁନାଚାନ୍ଦ ଗଢି ଦେବାପାଇଁ

    ବାପା, ମାଁ ଙ୍କୁ ଅଳିକରିଥିଲା

  ଅଧା ଚାନ୍ଦେ ବାପା ଚାଲିଗଲେ ଦୂରେ

    ପୂର୍ଣ୍ଣ ଚାନ୍ଦେ ମାଁ ସ୍ନେହ ହଜିଲା 

  ଦଇବ କଷଣ କିଏବା କହିବ କାହାକୁ ଜଣା

    ଭାଇ ଚାଲିଗଲେ ବୋଇତ ବାଣିଜ୍ୟେ

  ଭାଉଜଙ୍କୁ ଝିଅର ଦାୟିତ୍ୱ ଦେଇ

    ସୁନ୍ଦର ଭାବରେ ଦିନ କାଟୁଥାଏ

   ହସ ଖୁସିରେ ଦିନ ବିତୁଥାଇ 

     ରାଣ୍ଡି ବ୍ରାହ୍ମଣୀର କୁମନ୍ତ୍ରଣା ଶୁଣି

   ସାଧବ ଘର ବି ଭାଙ୍ଗିଗଲା

     କାନ୍ଦେ ତଅପୋଇ ଘୋର ବନସ୍ତରେ

    ରକ୍ଷାକର ମାତା ବାପା, ମାଁ ଛାଡି ଚାଲିଗଲେ

     ଭାଉଜଙ୍କ କେତେ ଯାତନା ସହିବି

    ମୋଭଳି ଦୁଃଖୀ କେ ଅଛି କହ

     ଫଳମୂଳ ଭୋଗ ଦେବାକୁ ମାଁ

    ନାହିଁ ମୋ ପାଖରେ କିଛି ଆଜି

    ଭିକମାଗି ଖୁଦଦୁଇ ମୁଠା ଖୁଦ

      ଆଣିଛି ଯତନେ ତୋପାଇଁ ଭାଜି

    କୃପାକର ବାରେ ଭାଇଙ୍କ ବୋଇତ

       ଦୂରରାଇଜରୁ ଲେଉଟି ଆସୁ

   ହେଲେ ତୋ ମହିମା ଏ ହତଭାଗିନୀ

      ସାତଭାଇ ଙ୍କୁ ଏହି ବନରେ ଭେଟୁ

    ହେଲା ତୁମ ଦୟା ଜୟମାଁ ମଙ୍ଗଳା

     ଦୂର ରାଇଜରୁ ବୋଇତ ଆସିଲା

    ଭେଟ ହୋଇଗଲେ ଭଉଣୀ, ଭାଇ

      ଛଅ ଭାଉଜଙ୍କ ନାକ କୁ କାଟିବା

    କେହି କେବେ ମାଁ ଭୁଲିବ ନାହିଁ

      ଭକତ ଡାକିଲେ କାହିଁ କେତେ ଦୂରେ

    ପାଖେ ରହିଥାଉ ସଜାଗ ହୋଇ

     ଖୁଦମୁଠା କରେ ସରଧା ବୋଲି

    ଖୁଦୁରୁକୁଣୀ ନାମେ ଜାଣେ ସଂସାର

      ଶଙ୍କଟୁ ଉଧାର କରୁଣାମୟୀ ମାଁ ମୋର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy